ବାଲେଶ୍ଵର: ଆଜି ଗଣେଶ ପୂଜା । ଏନେଇ ଚଳଚଞ୍ଚଳ ସାରା ରାଜ୍ୟ । ଏ ଅବସରରେ ଜଉକଣ୍ଢେଇ କଳା ଓ କାରିଗରର ବିକାଶ ପ୍ରଚାର ଓ ପ୍ରସାର ପାଇଁ ବାଲେଶ୍ବରୀ କଳା କେନ୍ଦ୍ର ଓ ଓଡ଼ିଶା ଶିଳ୍ପୀ ମହାସଂଘର ମିଳିତ ଆନୁକୂଲ୍ୟରେ ୫୦ ପ୍ରକାରର ୨୦୦ ଜଉ କଣ୍ଢେଇ ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଶିଳ୍ପୀ କେଶୁ ଦାସଙ୍କ ତତ୍ୱାବଧାନରେ ରେମୁଣା ବାମପଦା ଠାରେ ମହିଳାମାନଙ୍କୁ ନେଇ ଏମିତି ସ୍ୱତନ୍ତ୍ର ଗଣେଶ ତିଆରି କରାଯାଇଛି।
ଗଣେଶ ଚତୁର୍ଥୀରେ ବାଲେଶ୍ବରବାସୀଙ୍କ ମନ କିଣିଲା ଜଉକଣ୍ଢେଇର ଗଣେଶ । ୨.୫ ସେମି ରୁ ୨୫ ସେମି ଆକାରର ଜଉକଣ୍ଢେଇ କରାଯାଇଛି । ୫୦ ପ୍ରକାରର ଗଣେଶ ପ୍ରଦର୍ଶିତ ମଧ୍ୟ ହୋଇଛି। ୨୦୦ରୁ ଊର୍ଦ୍ଧ୍ଵ ଜଉକଣ୍ଢେଇରେ ଶ୍ରୀଗଣେଶ ସ୍ଥାନିତ ହୋଇଛି। ଏଥିରେ ବାଦ୍ୟଯନ୍ତ୍ର ସହ ଗଣେଶ, ପତ୍ର ଗଣେଶ ଭଳି ଅନେକ ପ୍ରକାରର ଗଣେଶ ମୂର୍ତ୍ତି ତିଆରି କରାଯାଇଛି । ଯାହା ବେଶ ଆକର୍ଷଣୀୟ ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ