ETV Bharat / state

୨୫ ଚୋରା ବାଇକ ଜବତ କଲା ସୋର ପୋଲିସ, ଦୁଇ ଗିରଫ

author img

By

Published : Aug 3, 2020, 7:26 PM IST

ମସ୍କା ଚେକିଂବେଳେ ଧରାପଡିଲା ଚୋରା ବାଇକ କାରବାର । ବାଲେଶ୍ବରର ସୋର ବିଭିନ୍ନ ଅଞ୍ଚଳରେ ପୋଲିସ ଚଢାଉ କରି ୨୫ ଚୋରା ବାଇକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

୨୫ ଚୋରା ବାଇକ ଜବତ କଲା ସୋର ପୋଲିସ, ଦୁଇ ଗିରଫ
୨୫ ଚୋରା ବାଇକ ଜବତ କଲା ସୋର ପୋଲିସ, ଦୁଇ ଗିରଫ

ବାଲେଶ୍ଵର: ୨୫ ଚୋରା ବାଇକ ଜବତ କଲା ପୋଲିସ ,ଦୁଇ ଗିରଫ । ବାଲେଶ୍ବର ଜିଲ୍ଲା ସୋର ପୋଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରି ୨୧ଟି ବାଇକ ଓ ୪ଟି ସ୍କୁଟି ଜବତ କରିବା ସହିତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାଥାଉକି ବାଲେଶ୍ବର ଜିଲ୍ଲା ସୋର ଥାନା କଷିପୋଲ ନିକଟରେ ପୋଲିସ ମାସ୍କ ଚେକିଂ କରୁଥିବା ବେଳେ ପୋଲିସକୁ ଦେଖି ଜଣେ ଯୁବକ ବାଇକ ନେଇ ଫେରାର ହୋଇ ଯାଉଥିଲା । ତାକୁ ପୋଲିସ ଅଟକାଇ କାଗଜପତ୍ର ଯାଞ୍ଚ କରିବାରୁ ତାହା ଚୋରା ଗାଡି ବୋଲି ଜଣାପଡିଥିଲା । ଏହା ପରେ ସୋର ଆଇଆଇସି ମଧୁମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇଥିଲା । ଉକ୍ତ ଟିମ ଅଟକ ଥିବା ଯୁବକ ପାଖରୁ ଗାଡି ଚୋରି ସମର୍କରେ ସମସ୍ତ ତଥ୍ୟ ସଂଗ୍ରହ କରି ବାଲେଶ୍ଵର ଜିଲ୍ଲା ରେମୁଣା, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଭଦ୍ରକ ଅଞ୍ଚଳର ସେକ ବବଲୁ ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ସୋର କାଜି ମହଲା ଅଞ୍ଚଳର ସେକ ବାବୁକୁ ବିକ୍ରି କରୁଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.