ETV Bharat / state

ଲକଡାଉନରେ ହନ୍ତସନ୍ତ ଟ୍ରକ ଡ୍ରାଇଭର - truck driver suffering many problem

ଲକଡାଉନ ଯୋଗୁଁ ବାଲେଶ୍ଵର ରେମୁଣା ଗୋଲେଇରେ ହଜାର ହଜାର ଟ୍ରକ ଧାଡି ହୋଇ ଛିଡା ହୋଇଛି। ଅତ୍ୟାବଶକୀୟ ସାମଗ୍ରୀ ପରିବହନକୁ ଛାଡି ଦେଲେ ଅନ୍ୟ ଟ୍ରକ ଗୁଡିକ ସେମିତି ଛିଡା ହୋଇଥିବା ଦେଖିବାକୁ ମିଳିଛି।

truck driver suffering
ଲକଡାଉନରେ ଟ୍ରକ ଡ୍ରାଇଭର ହନ୍ତସନ୍ତ
author img

By

Published : Apr 7, 2020, 6:17 PM IST

ବାଲେଶ୍ବର: ସାରାଦେଶ ଏବେ କୋରୋନା ଭୟରେ ଲକଡାଉନ ରହିଛି। ଆଉ ଏହାଯୋଗୁଁ ମାଲ ପରିବହନ କରି ପରିବାର ପ୍ରତିପୋଷଣ କରୁଥିବା ଟ୍ରକ ଡ୍ରାଇଭର ଓ ମାଲିକମାନେ ଅନେକ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି। ଲକଡାଉନ ଯୋଗୁଁ ବାଲେଶ୍ଵର ରେମୁଣା ଗୋଲେଇରେ ହଜାର ହଜାର ଟ୍ରକ ଧାଡି ହୋଇ ଛିଡା ହୋଇଛି। ଅତ୍ୟାବଶକୀୟ ସାମଗ୍ରୀ ପରିବହନକୁ ଛାଡି ଦେଲେ ଅନ୍ୟ ଟ୍ରକ ଗୁଡିକ ସେମିତି ଛିଡା ହୋଇଥିବା ଦେଖିବାକୁ ମିଳିଛି।

ଲକଡାଉନରେ ଟ୍ରକ ଡ୍ରାଇଭର ହନ୍ତସନ୍ତ

ମାଲ ପରିବହନ କରି ଟ୍ରିପ ହିସାବରେ ପ୍ରତିଦିନ ମଜୁରୀ ପାଉଥିବା ଟ୍ରକ ଡ୍ରାଇଭର ଓ ହେଲ୍ପରମାନେ ହାତ ଟେକି ବସିଛନ୍ତି। ଏହାଛଡା ଅତ୍ୟାବଶକୀୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଗୁଡିକର ଡ୍ରାଇଭରମାନେ କୋରୋନା ଭୟରେ ଟ୍ରକ ଚଳାଉ ନାହାନ୍ତି।

ଟ୍ରକ ହିଁ ଏକମାତ୍ର ରୋଜଗାରର ମାଧ୍ୟମ ହୋଇଥିବା ବେଳେ ଡ୍ରାଇଭର ଓ ହେଲ୍ପରମାନେ ଏବେ ଚଳିବା କଷ୍ଟ ହେଉଛି। ବାଲେଶ୍ଵର ଟ୍ରକ ଟ୍ରାନ୍ସପୋର୍ଟ କୋର୍ଡିନେସନ କମିଟି ପକ୍ଷରୁ ସରକାରଙ୍କୁ ଟ୍ରକ ଡ୍ରାଇଭରମାନଙ୍କ ଏ ଅସୁବିଧା ସମ୍ପର୍କରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ବିଶେଷକରି ଯେଉଁମାନେ ଠିକା ଶ୍ରମିକ ଭାବେ ଟ୍ରକ ଗୁଡିକରେ କାମ କରି ପରିବାର ଚଳାନ୍ତି, ସେମାନଙ୍କ ଚୁଲି ଜଳିବା କଷ୍ଟ ହେଉଛି ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।

ଖାଲି ସେତିକି ନୁହେଁ ବାହାର ରାଜ୍ୟରୁ ଅନେକ ଟ୍ରକ ବିଭିନ୍ନ ସାମଗ୍ରୀ ତଥା ଗାଡି ମୋଟର ପରିବହନ କରୁଥିବା ଟ୍ରକ ଗୁଡିକ ବାଲେଶ୍ବରରେ ଫସି ରହିଛନ୍ତି। ସେମାନଙ୍କ ପାଖରେ ଟଙ୍କା ନଥିବାରୁ ସେମାନେ ଦିନେ ଖାଇଲେ ଦିନେ ଓପାସ ରହୁଥିବା କହିଛନ୍ତି। ଏମିତି ପରିସ୍ଥିତିରେ ସେମାନଙ୍କ ଉପରେ ସରକାରୀ ସ୍ତରରେ ସାହାଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.