ETV Bharat / state

ମାଡମାରି ଅଖାରେ ପୁରେଇ ଫିଙ୍ଗିଦେଲେ

ସକାଳ 2ଟାରେ ଦୁଇଟି ବାଇକ୍‌ ଯୋଗେ କେତେକ ଦୁର୍ବୃତ ଏକ ବସ୍ତା ଆଣି ଭାନୁଙ୍କ ଘର ଆଗରେ ଫୋପାଡି ଦେଇ ଚାଲିଯାଇଥିଲେ । ଆଉ ବସ୍ତାଟି ଖୋଲିବା ମାତ୍ରେ ସେଥିରୁ ନିଖୋଜ ଭାନୁ କ୍ଷତାକ୍ତ ଅବସ୍ତାରେ ବାହାରିଥିଲେ ।

ଗୁରୁତର ଭାନୁ ହେମ୍ବ୍ରମ
author img

By

Published : Feb 9, 2019, 12:27 PM IST

ବାଲେଶ୍ବର: ଶନିବାର ସକାଳେ ଜିଲ୍ଲା ଜଳେଶ୍ବରରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଟିଏ ପରିତ୍ୟକ୍ତ ବସ୍ତା ଭିତରୁ ଜଣେ କ୍ଷତାକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବକ ଜଣେ ହେଲେ 17 ନମ୍ବର ଓ୍ବାର୍ଡ, ଅଲାଲପୁର ଗ୍ରାମର ଭାନୁ ହେମ୍ବ୍ରମ ।

ଗୁରୁତର ଭାନୁ ହେମ୍ବ୍ରମ
undefined

ବସ୍ତା ଭାନୁଙ୍କୁ ଉଦ୍ଧାର ପରେ ଜଳେଶ୍ବର ଅଞ୍ଚଳରେ ଆତଙ୍କ ଖୋଳିଯାଇଛି । କାରଣ ବସ୍ତାଟି ଆଉ କେଉଁଠୁ ନୁହେଁ ଖୋଦ୍ ଭାନୁଙ୍କ ଘର ଆଗରୁ ଉଦ୍ଧାର କରାଯାଇଛି । ପରିବାର ଲୋକଙ୍କ କହିବାନୁସାରେ, ଶୁକ୍ରବାର ରାତିରେ ସବୁଦିନ ପରି ସେ ବିଲକୁ ପାଣି ମଡେଇବାକୁ ଯାଇଥିଲେ । କିନ୍ତୁ ସେ ପାହାନ୍ତିଆ ପର୍ଯ୍ୟନ୍ତ ଘରକୁ ଫରିନଥିଲେ ।

ତେବେ ସକାଳ2ଟାରେ ଦୁଇଟି ବାଇକ୍‌ ଯୋଗେ କେତେକ ଦୁର୍ବୃତ ଏକ ବସ୍ତା ଆଣି ଭାନୁଙ୍କ ଘର ଆଗରେ ଫୋପାଡି ଦେଇ ଚାଲିଯାଇଥିଲେ । ଆଉ ବସ୍ତାଟି ଖୋଲିବା ମାତ୍ରେ ସେଥିରୁ ନିଖୋଜ ଭାନୁ କ୍ଷତାକ୍ତ ଅବସ୍ତାରେ ବାହାରିଥିଲେ । ପରେ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କିଏ ଏବଂ କାହିଁକି ଭାନୁଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ତଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ସେପଟେ ଏହି ଘଟଣାରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

3 ଲକ୍ଷରେ ଏମ୍‌ବିବିଏସ୍‌ ସାର୍ଟିଫିକେଟ !

ବାଜିରେ ରୋଗୀଙ୍କ ଜୀବନ, ବଜାରରେ ନକଲି ଡାକ୍ତର

ମୁମ୍ବାଇ: ସାବଧାନ ବଜାରରେ ଜାଲି ଡାକ୍ତର ! ସମସ୍ତ ସହରର ଗଳିକନ୍ଦିରେ ଛୋଟ ବଡ ମେଡିକାଲମାନ ଗଢି ଉଠିଛି । ଆଉ ଏହାର ସୁଯୋଗ ନେଉଛନ୍ତି ଦଲାଲ ଆଉ ଅପାଠୁଆ ଡାକ୍ତର । ମହାରାଷ୍ଟ୍ରରେ ଏପରି ଏକ ନକଲି ଡାକ୍ତର ର୍ୟାକେଡ୍‌ର ପର୍ଦ୍ଦାଫାସ କରିଛି ମୁମ୍ବାଇ ପୋଲିସ । ନକଲି ଏମ୍‌ବିବିଏସ୍‌ ସାର୍ଟିଫିକେଟ ଦେଖାଇ 4 ବର୍ଷ କାଳ ପ୍ରାକ୍ଟିସ୍‌ କରିବା ପରେ ପ୍ରାୟ 57 ଜଣ ଡାକ୍ତରଙ୍କୁ ଠାବ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିଲା ପରେ ରୋଗୀଙ୍କ ଜୀବନ ବିପଦରେ ଥିବା ସ୍ପଷ୍ଟ ହୋଇଛି ।

ସୂଚନାମୁତବକ ଯେଉଁ ସବୁ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି ସେମାନେ ସମସ୍ତେ ଗୋଟିଏ କଲେଜର ଛାତ୍ର । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସମସ୍ତେ ଗୋଟିଏ ବ୍ୟାଚ୍ 2014-15ରେ ପାସ୍‌ ହୋଇଛନ୍ତି । ତେବେ ଏହା ଅସଲି ନୁହେଁ, ସେମାନେ ଯେଉଁ ଡାକ୍ତରୀ ଲାଇସେନ୍ସ ବଳରେ ପ୍ରାକ୍ଟିସ୍‌ କରୁଥିଲେ ସେସବୁ ନକଲି । କେବଳ ମହାରାଷ୍ଟ୍ର ନୁହେଁ ଅନ୍ୟାନ୍ୟ ରାଜ୍ୟର ବିଭିନ୍ନ ଆନ୍ତର୍ଜାତୀୟ କମ୍ପାନୀ ଗୁଡିକରେ ଏହିପରି ଜାଲ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ସାମନାକୁ ଆସିଛି ।

ସିପିଏସ୍‌, ମୁମ୍ବାଇର ନକଲି ଲାଇସେନ୍ସରେ ଜଣେ ଡାକ୍ତର ପ୍ରାକ୍ଟିସ୍‌ କରୁଥିବା ନେଇ ଅକ୍ଟୋବର 2018ରେ ଅଭିଯୋଗ ହୋଇଥିଲା ।  ଆଉ ଯେତେବେଳେ ମାମଲାର ତଦନ୍ତ ଜାଲଗାଓଁ ପୋଲିସ କଲା ସେତେବେଳେ ଏହା ଭିତରୁ ଏକ ବଡ ର୍ୟାକେଟ୍ ସାମନାକୁ ଆସିଥିଲା । ମହାରାଷ୍ଟ୍ର ମେଡିକାଲ କାଉଁସିଲର ସହାୟତାରେ 57 ଜଣ ନକଲି ଲାଇସେନ୍ସଧାରୀ ଡାକ୍ତରଙ୍କୁ ଠାବ କରାଯାଇଛି । ତବେ ସେମାନଙ୍କ ହାତରେ କିଭଳି ରୋଗୀ ସୁସ୍ଥ ହୋଇଥିବେ ନା ଜୀବନ ହାରିଥିବେ ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

ନକଲି ଡାକ୍ତରଙ୍କଠୁ ଦଲାଲମାନେ 3-5 ଲକ୍ଷ ଟଙ୍କା ନେଇ ଜାଲ ଏମ୍‌ବିବିଏସ୍‌ ସାର୍ଟିଫିକେଟ ଦେଉଥିଲେ । ଯଦିଓ ସେମାନେ ପରୀକ୍ଷାରେ ଫେଲ୍ ହେଉଥିଲେ, ତଥାପି ଟଙ୍କା ନେଇ ପାସ କରାଯାଉଥିବା ଏହି ମାମଲାର ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି । ଏପରି ନକଲି ଲାଇସେନ୍ସରେ ବିଭିନ୍ନ ଡାକ୍ତରଖାନାରେ ପ୍ରାକ୍ଟିସ କରୁଥିବା ଅଭିଯୋଗ ପ୍ରଥମ ଥର 2014ରେ ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ପର୍ଦ୍ଦଫାସ କରିବାକୁ ପୋଲିସକୁ ପ୍ରାୟ 4 ବର୍ଷ ଲାଗିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.