ETV Bharat / state

ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟରେ ସ୍ବାସ୍ଥ୍ୟସେବା ବଦଳରେ ରେଫର ଅଧିକ ! - ବାଲେଶ୍ୱର ଚିକତ୍ସାଳୟରେ ହେଉନି ସ୍ବାସ୍ଥ୍ୟସେବା

ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏବେ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍ ହୋଇଯାଇଛି । ଏଠାକୁ ରୋଗୀ ଆସିଲେ ଫେରାଇ ଦିଆଯାଉଛି । ଅଧିକ ପଢ଼ନ୍ତୁ

ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟରେ ସ୍ବାସ୍ଥ୍ୟସେବା ବଦଳରେ ରେଫର ଅଧିକ

author img

By

Published : Apr 12, 2022, 10:27 AM IST

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ଠପ୍ ହୋଇଯାଇଛି । ଏଠାରେ ସ୍ବାସ୍ଥ୍ୟ ସେବା ମିଳୁନଥିବାରୁ ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଏଠିକାର ମେଡିକାଲ କଲେଜ ଯେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ସେ ଉଦ୍ଦେଶ୍ୟ ସାଧିତ ହେବା ପରିବର୍ତ୍ତେ ସାଧାରଣ ଲୋକଟିଏ ସ୍ୱାସ୍ଥ୍ୟ ସେବା ପାଇବାରେ ଅସୁବିଧା ଭୋଗୁଛି । ଏମିତି କିଛି ଅଭିଯୋଗ କରିଛି ବାଲେଶ୍ଵର ଜିଲ୍ଲା ସିପିଆଇଏମ କମିଟି ।

ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟରେ ସ୍ବାସ୍ଥ୍ୟସେବା ବଦଳରେ ରେଫର ଅଧିକ

ସୂଚନା ଅନୁସାରେ, ସିପିଆଇଏମର ଜଣେ ସଦସ୍ୟ ଦୁର୍ଘଟଣାରେ ହାତ ଅସ୍ତ୍ରୋପଚାର ପାଇଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପଚାର କରିବା ବଦଳରେ ସମ୍ପୃକ୍ତ ରୋଗୀଙ୍କୁ କଟକ ବଡ଼ ମେଡିକାଲ ରେଫର କରାଯାଇଥିଲା । ପରେ କଟକ ବଡ଼ ମେଡିକାଲ ବାରିପଦା ଓ ବାରିପଦା ମେଡିକାଲ ପୁଣି ବାଲେଶ୍ଵର ମେଡିକାଲକୁ ରେଫର କରିଥିଲା । ଏହାରି ଭିତରେ ରୋଗୀଙ୍କ ହାତ ଅବସ୍ଥା ବିଗିଡ଼ି ଯାଇଛି ।

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଯଦି ଏମିତି ଜଣେ ରୋଗୀ ରେଫର ହୋଇ ଅସୁବିଧା ଭୋଗିବ ତେବେ ଏ ମେଡିକାଲରେ ସ୍ବାସ୍ଥ୍ୟସେବା କେମିତି ବୋଲି ସିପିଆଇଏମ ପ୍ରଶ୍ନ କରିଛି । ତେଣୁ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ଆଗାମୀ ଦିନରେ ସିପିଆଇଏମ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.