ETV Bharat / state

ବାଲେଶ୍ଵରରେ ଗମ୍ଭୀର ହେଉଛି ଟ୍ରାଫିକ ବ୍ୟବସ୍ଥା

author img

By

Published : Jan 11, 2023, 9:04 PM IST

ବାଲେଶ୍ଵର ସହରରେ ବିଗୁଡୁଛି ଟ୍ରାଫିକ ବ୍ୟବସ୍ଥା । ଘଟୁଛି ଦୁର୍ଘଟଣା । ଅଧିକ ପଢ଼ନ୍ତୁ

Traffic system disrupted
ଗମ୍ଭୀର ହେଉଛି ଟ୍ରାଫିକ ବ୍ୟବସ୍ଥା

ଗମ୍ଭୀର ହେଉଛି ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ଵର : ବାଲେଶ୍ଵରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ଜନଗହଳି ସ୍ଥାନରେ ଟ୍ରାଫିକ କର୍ମଚାରୀ ନିୟନ୍ତ୍ରଣ କରିପାରୁ ନାହାଁନ୍ତି ଟ୍ରାଫିକ । ଖାଲି ସେତିକି ନୁହେଁ ଏଠାରେ ଲାଗିଥିବା ସିସିଟିଭି ମଧ୍ୟ କାମ କରୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ନିକଟରେ ସହରର ମେଡିକାଲ ରାସ୍ତାରେ ଥିବା ଏକ ଚର୍ଚ୍ଚ ନିକଟରେ ରାସ୍ତା ଜାମ ହୋଇଥିଲା । ସେହି ସମୟରେ ସଦର ବିଧାୟକ ଯାଉଥିଲେ ।

ତେବେ ଦୀର୍ଘ ସମୟ ଧରି ରାସ୍ତା ଜାମ ରହିବାରୁ ଅନେକ ଗାଡ଼ି ଅଟକି ରହିଥିଲା । ଏହାକୁ ଦେଖି ଖୋଦ୍ ବିଧାୟକ ଗାଡ଼ିରୁ ଓହ୍ଲାଇ ନିଜେ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଯାହାର ଭିଡିଓ ଖୁବ ଭାଇରାଲ୍‌ ହୋଇଥିଲା । ସହରରେ ଯେପରି ଟ୍ରାଫିକ ସମସ୍ୟା ନଉପୁଜେ ସେଥିପାଇଁ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ କର୍ମଚାରୀ ଥାଇ ବି ଏଠାରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ ।

ଏହାମଧ୍ୟ ପଢ଼ନ୍ତୁ. ଫେଲ ମାରିଲା ଟ୍ରାଫିକ ବ୍ୟବସ୍ଥା, ନିୟନ୍ତ୍ରଣ କଲେ ବିଧାୟକ

ତେବେ ଏହି ସମସ୍ୟାର ସମାଧାନ ପାଇଁ ବାଲେଶ୍ଵରର ସାମାଜିକ ସଂଗଠନ ହେଲପିଙ୍ଗ ସୋସାଇଟିର ସଦସ୍ୟ ନୂତନ ଭାବେ ଯୋଗ ଦେଇଥିବା ଏସପି ସାଗରିକା ନାଥଙ୍କୁ ଭେଟି 7 ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡିକ ମଧ୍ୟରେ ରହିଥିଲା ଓଟି ରୋଡ଼ରେ ଥିବା ଟ୍ରାଫିକ ପୋଷ୍ଟଗୁଡିକରେ ସଠିକ ଭାବେ ନିୟମ ପାଳନ ଦିଗରେ ଯତ୍ନବାନ ହେଉନାହାଁନ୍ତି । ଜରୁରୀକାଳିନ ଲେନ୍‌ରେ ଅଧିକ ବାଇକ୍‌ ଜାମ ହେଉଛି । ଫଳରେ ଆମ୍ବୁଲାନ୍ସ ଯିବା ଆସିବାରେ ଅସୁବିଧା ହେଉଛି ।

ସେହିପରି କୌଣସି ଟ୍ରାଫିକ ପୋଷ୍ଟରେ ଜେବ୍ରା କ୍ରସିଂ ନଥିବାରୁ ଯିଏ ଯେମିତି ପାରୁଛି ସେମିତି ଠିଆ ହେଉଛି, ଯାହାଦ୍ୱାରା ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ହୋଇପାରେ । ଟ୍ରାଫିକ ପୋଷ୍ଟରେ ସିଗ୍‌ନାଲ ଲାଇଟ ବ୍ୟବସ୍ଥା ହୋଇଛି ସତ ମାତ୍ର ସେଥିରେ ଟାଇମର ବ୍ୟବସ୍ଥା ନଥିବାରୁ କିଏ କେଉଁ ପଟେ କେତେବେଳେ ଚାଲି ଆସୁଛି ଓ ଦୁର୍ଘଟଣା ହେଉଛି । ଟ୍ରାଫିକ ପୋଷ୍ଟରେ ସିଗନାଲ ବ୍ୟବସ୍ଥା ହେବା ଦିନଠାରୁ ସେଠାରେ ନିୟୋଜିତ ଟ୍ରାଫିକ କର୍ମଚାରୀମାନେ ନିଜର ଦାୟିତ୍ୱ ଠିକ ଭାବେ ତୁଲାଉ ନଥିବା ଦେଖିବାକୁ ମିଳୁଛି ।

ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି କେଉଁଠି ଖରାପ ହୋଇଗଲାଣି ତ କେଉଁଠି ଭାଙ୍ଗି ଖସି ପଡ଼ିଲାଣି । ଯାହାଦ୍ୱାରା ଅପରାଧ ନିୟନ୍ତ୍ରଣ ବଦଳରେ ଅଧିକ ହେଉଛି । ଫାଣ୍ଡି ଛକରୁ ମୋତିଗଞ୍ଜ ଯାଏଁ ଥିବା ରାସ୍ତାରେ ମେଡିକାଲ ଥିବା ବେଳେ ଚିଡ଼ିଆପୋଲ ନିକଟରେ ବହୁ ଗାଡି ବେଆଇନ ଭାବେ ପାର୍କିଂ କରି ରାସ୍ତା ଉପରେ ରଖୁଥିବା ଯୋଗୁଁ ରାସ୍ତା ଜାମ ହୋଇଥାଏ ।

ଯାହାଦ୍ୱାରା ଅନେକ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ସିନେମା ଛକରେ ଥିବା ଟ୍ରାଫିକ ପୋଷ୍ଟରେ କର୍ମଚାରୀ ନିୟୋଜିତ ହୁଅନ୍ତି ସତ ମାତ୍ର ସେମାନେ କୌଣସି ପ୍ରକାର ଉଚିତ କାର୍ଯ୍ୟ କରୁନଥିବା ପରିଲିକ୍ଷିତ ହେଉଛି। ଏ ସମସ୍ତ ଦିଗରେ ଯତ୍ନବାନ ହେବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରତିଶୃତି ଦେଇଛନ୍ତି ଏସପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.