ETV Bharat / state

ସରିଲା ଜଉ କଣ୍ଢେଇ ନିର୍ବନ୍ଧ, ଆସନ୍ତା 15ରେ ପଡିବ ହାତଗଣ୍ଠି

author img

By

Published : May 6, 2023, 10:05 AM IST

Updated : May 6, 2023, 10:21 AM IST

ଅନୁଷ୍ଠିତ ହେବାକୁ ଯାଉଛି ବାଲେଶ୍ୱରର ଲୋକ କଳା ଜଉ କଣ୍ଢେଇ ବାହାଘର । ଚନ୍ଦନ ପୂର୍ଣ୍ଣିମା ଅବସରରେ ଶେଷ ହୋଇଛି ନିର୍ବନ୍ଧ । ଅଧିକ ପଢନ୍ତୁ

jaukandhei marriage in balasore
jaukandhei marriage in balasore

jaukandhei marriage in balasore

ବାଲେଶ୍ବର: ଆସନ୍ତା 15 ତାରିଖରେ ବାଲେଶ୍ୱରର ଲୋକ କଳା ଜଉ କଣ୍ଢେଇ ବାହାଘର ଅନୁଷ୍ଠିତ ହେବ । ଏହା ପୂର୍ବରୁ ଶେଷ ହୋଇଛି ନିର୍ବନ୍ଧ କାର୍ଯ୍ୟ । ଚନ୍ଦନ ପୂର୍ଣ୍ଣମୀ ଅବସରରେ କନ୍ୟାଘର ପାତ୍ରପଡ଼ା ସୁନାରି ସାହି ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଲଗ୍ନଧରା କାର୍ଯ୍ୟ ସମସ୍ତ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ।

ଶୁକ୍ରବାର ବରକର୍ତ୍ତା ସମ୍ଭୁନାଥ ଦାସ ଓ ତାଙ୍କର ପତ୍ନୀ ଅନାମିକା ଦାସ ବାଲେଶ୍ୱର ସିନେମା ଛକ ନିକଟରେ ଥିବା ସିଦ୍ଧିବିନାୟକ ମନ୍ଦିରରୁ ପୂଜାସାରି ମିଠା ଭାର ଧରି ପଟୁଆରରେ ବାହାରିଥିଲେ କନ୍ୟାଘରକୁ । କନ୍ୟାଘର ଲୋକେ ବାବା ଭୂଜାଖିଆପୂର ଛକ ନିକଟରୁ ଶଙ୍ଖ ହୁଳହୋଳି ଦେଇ ପାଛୋଟି ନେଇଥିଲେ ସ୍ୱପ୍ନେଶ୍ୱର ମନ୍ଦରିର ନିକଟକୁ । ସେଠାରେ ଜଥାବିଧି ମଙ୍ଗଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବାରିକ ସଂଘର ସଂପାଦକ ବିମଳ ବାରିକ ଓ ବ୍ରାହ୍ମଣ ସଂଘର ସକ୍ରୀୟ ସଦସ୍ୟ ତଥା କୁଳ ପୁରହିତ ବିମଳ ପଣ୍ଡା ସୁଚାରୁ ଭାବରେ ସେମାନଙ୍କର କାର୍ଯ୍ୟ ସମ୍ପନ୍ନ କରିଥିଲେ। କନ୍ୟା ମାତାପିତା ଭାବରେ ୨୬ନମ୍ବର ଜୋନ ଜିଲ୍ଲା ସଭ୍ୟା ସୋନାଲି ବିଶ୍ୱାଳ ଓ ତାଙ୍କର ସ୍ୱାମୀ ସୁଶାନ୍ତ କୁମାର ବିଶ୍ୱାଳ କନ୍ୟାର ବିବାହ ଆସନ୍ତା ମେ ମାସ ୧୫ ତାରିଖରେ କରିବାକୁ ସ୍ଥିର କରିଥିଲେ ।

ବାଲେଶ୍ୱରର ଲୋକ କଳା ଜଉ କଣ୍ଢେଇ ବାହାଘର ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ମେ ମାସ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯାହା ଆସନ୍ତା ୧୮ ତାରିଖରେ ଶେଷ ହେବ । ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଏହି ଅବସରରେ ୫ ଦିନ ବ୍ୟାପି ମେଳାର ମଧ୍ୟ ଆୟୋଜନ କରାଯାଇଛି । ସେଠାରେ ମିନାବଜାର ସହିତ ବିଭିନ୍ନ ପ୍ରକାର ଷ୍ଟଲମାନ ସ୍ଥାନ ପାଇବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅୟୋଜନ କରାଯିବ । ଚଳିତ ବର୍ଷ ବର କନ୍ୟାଙ୍କ ନାମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ନାଇକା ଲାବଣ୍ୟବତୀ ଓ ଚନ୍ଦ୍ରଭାନୁ ରଖାଯାଇଛି । ୫ଦିନ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଲୋକ ନୃତ୍ୟଦଳ ଉପସ୍ଥିତ ରହି ସେମାନଙ୍କର କଳା ପ୍ରଦର୍ଶନ କରିବେ ।

ନିର୍ବନ୍ଧ କାର୍ଯ୍ୟକ୍ରମରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସଭାପତି ସୁବାସିନୀ ଜେନା,କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର ଉପ ସଭାପତି ଅଞ୍ଜଳି ପଣ୍ଡା, ଯୁଗ୍ମ ସଂପାଦକ ରଘୁନାଥ ଲେଙ୍କା ଓ ରାଜେଶ ଗିରି, ବ୍ରହ୍ମ ରଥ, ଉପଦେଷ୍ଟା କେଶୁ ଦାସ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

Last Updated : May 6, 2023, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.