ETV Bharat / state

ଦୁଇଦିନ ପରେ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତ ଶରୀର - death

ଶୁକ୍ରବାର ମିଳିଛି ସୁବର୍ଣ୍ଣରେଖା ନଦୀରେ ନିଖୋଜ ଥିବା ବୃଦ୍ଧଙ୍କ ମୃତ ଶରୀର । ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ଥିଲେ ଭୋଗରେଇ ବ୍ଲକ ବାଉଁଶଖଣା ଗ୍ରାମର ରମେଶ ବରାଇ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 17, 2019, 10:50 AM IST

ବାଲେଶ୍ବର: ନଦୀକୁ ଶୌଚ ହେବାକୁ ଯାଇ ଦୁଇଦିନ ହେବ ନିଖୋଜ ଥିବା ବୃଦ୍ଧଙ୍କ ମୃତଶରୀର ଶୁକ୍ରବାର ମିଳିଛି । ଆଜି ସକାଳ 6ଟା ସମୟରେ ତାଙ୍କୁ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ଭୋଗରାଇ ବ୍ଲକ ବାଉଁଶଖଣା ଗ୍ରାମର ରମେଶ ବରାଇ ଗତ 15 ତାରିଖରେ ସୁବର୍ଣ୍ଣରେଖା ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇବାପରେ ଗ୍ରାମବାସୀ ଓ ଦମକଳ ବାହିନୀ ବହୁ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ ।

ବଙ୍ଗୋପସାଗରରୁ 4 କିଲୋମିଟର ଦୂରରେ ମାଛଧରା ଜାଲରେ ମୃତଦେହ ଲାଗିଥିବା ଦେଖିବାକୁ ପାଇଥିଲେ ମତ୍ସ୍ୟଜୀବୀ । ପରେ ସେମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସରକାରୀ ପାୱାର ବୋଟ ମାଧ୍ୟମରେ ରମେଶଙ୍କ ଶବକୁ ଉଦ୍ଧାର କରାଯାଇଛି । ପରେ ମୃତଦେହକୁ ବ୍ଯବଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

ସ୍ଲଗ- ନଦୀରେ ବୃଦ୍ଧ ନିଖୋଜ ହେବା ଘଟଣା। 48 ଘଣ୍ଟା ପରେ ମିଳିଲା ଶବ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 17/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ଜଣେ ବୃଦ୍ଧ ସୁବର୍ଣ୍ଣରେଖା ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଗତ 15 ତାରିଖ ନଦୀରେ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କର ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ, ବାଉଁଶଖଣା ଗାଁର ରମେଶ ବରାଇ (65) ଗାଁ ପାଖ ସୁବର୍ଣ୍ଣରେଖା ନଦୀ କୂଳକୁ ଶୌଚ ହେବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ।  ଦୀର୍ଘ 48 ଘଣ୍ଟା ପରେ ସୁବର୍ଣ୍ଣରେଖା ନଦୀରୁ ମିଳିଲା ରମେଶ ବରାଇଙ୍କ ଶବ । ଆଜି ସକାଳ ପ୍ରାୟ 6 ଟା ବେଳେ ନଦୀରେ ନିଖୋଜ ହୋଇଯାଇଥିବା ସ୍ଥାନରୁ ବଙ୍ଗୋପସାଗର ପଟକୁ 3/4 କିମି ଦୂରରେ ଜାଲରେ ଛନ୍ଦି ହୋଇଥିବା ଦେଖି କିଛି ମତ୍ସ୍ଯଜୀବୀ ତାଙ୍କୁ ଉଦ୍ଧାର କରି ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ସରକାରୀ ପାୱାର ବୋଟ ରମେଶଙ୍କ ଶବକୁ ପନ୍ତାଇ ଫେରି ଘାଟ ନିକଟକୁ ଆଣଥିଲା । ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ବ୍ଯବେଚ୍ଛଦ ପାଇଁ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.