ବାଲେଶ୍ଵର: ଖଇରା ବଜାରରେ ଥିବା ବାରିକ କମ୍ୟୁନିକେଶନରେ ବେଆଇନ ଭାବେ ରେଳ ଟିକେଟ ବିକ୍ରି ଅଭିଯୋଗ । ଏହି ଘଟଣାରେ ପୋଲିସ ଖଡ଼ଗପୁର କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି।
ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ଖଡ଼ଗପୁର କ୍ରାଇମବ୍ରାଞ୍ଚ ଖଇରା ବଜାରରେ ଥିବା ବାରିକ କମ୍ୟୁନିକେଶନ ଉପରେ ଚଢ଼ାଉ କରିଥିଲା । ଘରର ମାଲିକ ରାଜେଶ ବାରିକଙ୍କୁ ଗିରଫ କରିଛି।
ତାଙ୍କ ନିକଟରୁ କିଛି ତତ୍କାଳୀନ ଟିକେଟ, ମନିଟର, ସିପିଓ, ବ୍ୟାଙ୍କ ପାସବୁକ ଓ ପ୍ରିଣ୍ଟର ଆଦି ଜବତ କରାଯାଇଛି। କିଛିଦିନ ତଳେ ବାହାନଗା ବଜାର ରେ ଥିବା ପାନ ଦୋକାନ ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରି ବେଆଇନ ଟିକେଟ ସହିତ ଦୋକାନୀ କୁ ଗିରଫ କରିଥିଲା।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ