ବାଲେଶ୍ଵର: ଋଣ ଭାର ସହି ନପାରି ଗୋଟିଏ ପରିବାରର ତିନିଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ବାଲିଆ ଅଞ୍ଚଳରେ । ସୂଚନା ଅନୁସାରେ, ବାଲିଆ ଅଞ୍ଚଳରେ ଗୋଟିଏ ପରିବାରର ତିନିଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଋଣ ଭାର ସହି ନପାରି ପରିବାରର ସଦସ୍ୟ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ଋଣ ଦେଇଥିବା ଲୋକେ ବାରମ୍ବାର ତାଙ୍କ ଘରକୁ ଆସି ତାଗିଦ୍ କରୁଥିଲେ । ଏମିତି ଅପମାନ ସହି ନପାରି ପରିବାରର ୩ ଜଣ ଏକ ସମୟରେ ବିଷ ପିଇ ଦେଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ