ବାଲେଶ୍ବର : ଜିଲ୍ଲାର ସହରାଞ୍ଚଳରେ ଥିବା ଶୋଭାରାମପୁର, ସହଦେବଖୁଣ୍ଟା ଓ ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ। ତିନୋଟି ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୩ଜଣ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ହଠାତ ଅନ୍ୟତ୍ର ବଦଳି କରାଯାଇଛି। କିନ୍ତୁ ବଦଳି କରିବା ପରେ ଆଉ ନୂଆ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସହରବାସୀ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରୁ ନାହାଁନ୍ତି ।
ସ୍ବାସ୍ଥ୍ୟକର୍ମୀଙ୍କ ପଦବି ପୂରଣ କରିବା ନିମନ୍ତେ ଆଜି(ସୋମବାର) ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଆଶାକର୍ମୀ ଓ ମହିଳା ଆରୋଗ୍ୟ ସମିତି ସଦସ୍ୟାମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସମୟ ନେଇଥିବା ସଂଘ ପକ୍ଷରୁ ସୂଚନା ମିଳିଛି। ଯଦି ଗୁରୁବାର ଯାଏଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ, ଆଶାକର୍ମୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ