ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଢଙ୍ଗରେ କୋରୋନା ସଚେତନ କଲେ ଯୁବ କଣ୍ଠଶିଳ୍ପୀ - କୋରୋନା ଭାଇରସ

କୋରୋନା ପ୍ରକୋପରେ ସାରା ବିଶ୍ବ ଆତଙ୍କିତ । ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା 74 ଛୁଇଁଥିବା ବେଳେ ଜଣେ ଯୁବ କଣ୍ଠଶିଳ୍ପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଣ୍ଠରେ ଲୋକଙ୍କୁ କୋରୋନା ସଚେତନତା କରିଛନ୍ତି । ଅଧିକ ପଢନ୍ତୁ...

The young singer warned Corona in the manner of the odisha cm
ମୁଖ୍ୟମନ୍ତ୍ରୀ ନବୀନଙ୍କ ଢଙ୍ଗରେ କୋରୋନା ସଚେତନ କଲେ ଯୁବ କଣ୍ଠଶିଳ୍ପୀ
author img

By

Published : Apr 20, 2020, 9:21 PM IST

ବାଲେଶ୍ବର: କୋରୋନା ମହାମାରୀକୁ ନେଇ ଏବେ ଆତଙ୍କ ଖେଳି ଯାଇଥିବା ବେଳେ ଏହାଠାରୁ ସତର୍କ ରହିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜଣେ ଯୁବ କଣ୍ଠଶିଳ୍ପୀ ଭିନ୍ନ ଧରଣରେ ଲୋକମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି ।

ବାଲେଶ୍ଵର ସହରର କୁମାର ବାପି ରାଜ ଜଣେ କଣ୍ଠଶିଳ୍ପୀ ହୋଇଥିବା ବେଳେ କୋରୋନାକୁ ନେଇ ସାବଧାନ ରହିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି କଣ୍ଠ ସ୍ୱରରେ ହାତ ଯୋଡ଼ି ଲୋକଙ୍କୁ ଏହି ମହାମାରୀ ପ୍ରତି ସତର୍କ ରହିବା ସେ ପାଇଁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ଢଙ୍ଗରେ କୋରୋନା ସଚେତନ କଲେ ଯୁବ କଣ୍ଠଶିଳ୍ପୀ

ଘରେ ରହିବା ସହ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଢଙ୍ଗରେ ଲୋକଙ୍କୁ ବୁଝାଉଛନ୍ତି । ତାଙ୍କର ଏମିତି ଅଭିନବ ସଚେତନତା କାର୍ଯ୍ୟକୁ ଲୋକମାନେ ପ୍ରଶଂସା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.