ବାଲେଶ୍ୱର: ବାଲେଶ୍ୱର ସହରର ପାତ୍ରପଡ଼ା ଛକ ଠାରେ ପ୍ରସ୍ତାବିତ ମଦ ଦେକାନକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଛନ୍ତି । ସେହି ସ୍ଥାନ ବଦଳରେ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରାଯାଇଛି ।
ଉକ୍ତ ଅଞ୍ଚଳରେ ମଦ ଦୋକାନ ଖୋଲାଗଲେ ସ୍ଥାନୀୟ ଅଞ୍ଚଳର ସୁସ୍ଥ ବାତାବରଣ ନଷ୍ଟ ହେବା ସହ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପଟେ ପାତ୍ରପଡା ଛକ ଓ ଆଖପାଖ ଅଞ୍ଚଳର ୨ ଶହ ମିଟର ମଧ୍ୟରେ ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି । ଏଥିପାଇଁ ପ୍ରସ୍ତାବିତ ମଦଦୋକାନ ସ୍ଥାନ ଅନ୍ୟତ୍ର କରାଯିବା ପାଇଁ ଦାବି ଜୋର ଧରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ