ETV Bharat / state

ବାଲେଶ୍ବର ମେଡିକାଲରେ ନୂଆ ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jan 10, 2021, 12:20 PM IST

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜ ସାଂସଦ ପାଣ୍ଠିରୁ 20 ଲକ୍ଷ ଟଙ୍କା ବିନିମୟରେ ଆଇସିୟୁରେ ନୂଆ ଭେଣ୍ଟିଲେଟର ସ୍ଥାପନ କରାଯାଇଛି ।

ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ଵର: ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ନୂତନ ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ନିଜ ସାଂସଦ ପାଣ୍ଠିରୁ 20 ଲକ୍ଷ ଟଙ୍କା ବିନିମୟରେ ଆଇସିୟୁରେ ନୂଆ ଭେଣ୍ଟିଲେଟର ସ୍ଥାପନ କରାଯାଇଛି । ଏଥିପାଇଁ ମନ୍ତ୍ରୀ 6 ମାସ ପୂର୍ବରୁ କୋରୋନା ମହାମାରୀ ସମୟରେ ରୋଗୀଙ୍କ ଚିକିତ୍ସା ସୁବିଧା ପାଇଁ ଅର୍ଥ ମଞ୍ଜୁର କରିଥିଲେ।

ଭେଣ୍ଟିଲେଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭେଣ୍ଟିଲେଟର ସ୍ଥାପନ ପରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମେଡିକାଲରେ ପହଞ୍ଚିଥିଲେ । ଆଉ ଏହାକୁ ଉଦଘାଟନ କରିଥିଲେ। ଏହାଦ୍ବାରା ଅନେକ ଗୁରୁତର ରୋଗୀ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ତାଙ୍କ ସହ ଜିଲ୍ଲାପାଳ, ସିଡିଏମଓ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.