ETV Bharat / state

ମେଡିକାଲରେ କାନ୍ଦୁଥିଲେ ଅସହାୟ ବୃଦ୍ଧା, ସହାୟ ହେଲେ 108 ଫାର୍ମାସିଷ୍ଟ

ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ କର୍ମଚାରୀ। ଜଣେ ଅସହାୟ ବୃଦ୍ଧାଙ୍କୁ ଘରକୁ ପଠାଇବାର ବନ୍ଦୋବସ୍ତ କରି ସେ ସାଉଁଟିଛନ୍ତି ପ୍ରଶଂସା। ଅଧିକ ଖବର ପଢନ୍ତୁ...

ମେଡିକାଲରେ କାନ୍ଦୁଥିଲେ ଅସହାୟ ବୃଦ୍ଧା, ସହାୟ ହେଲେ 108 ଫାର୍ମାସିଷ୍ଟ
ମେଡିକାଲରେ କାନ୍ଦୁଥିଲେ ଅସହାୟ ବୃଦ୍ଧା, ସହାୟ ହେଲେ 108 ଫାର୍ମାସିଷ୍ଟ
author img

By

Published : Jun 5, 2020, 1:30 PM IST

Updated : Jun 5, 2020, 2:38 PM IST

ବାଲେଶ୍ବର: ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ କର୍ମଚାରୀ। ଜଣେ ଅସହାୟ ବୃଦ୍ଧାଙ୍କୁ ଘରକୁ ପଠାଇବାର ବନ୍ଦୋବସ୍ତ କରି ସେ ସାଉଁଟିଛନ୍ତି ପ୍ରଶଂସା। ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ସପ୍ତାହେ ତଳୁ ଜଳେଶ୍ୱର ଅଞ୍ଚଳର ଜଣେ ବୃଦ୍ଧା ତାଙ୍କ ନାତିର ଚିକିତ୍ସା ପାଇଁ ବାଲେଶ୍ଵର ମେଡିକାଲ 108 ଆମ୍ବୁଲାନ୍ସ ଯୋଗେ ନେଇଥିଲେ। ସାତଦିନ ପରେ ନାତି ସୁସ୍ଥ ହେବାପରେ ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ।

ମେଡିକାଲରେ କାନ୍ଦୁଥିଲେ ଅସହାୟ ବୃଦ୍ଧା, ସହାୟ ହେଲେ 108 ଫାର୍ମାସିଷ୍ଟ

ହେଲେ ବୃଦ୍ଧାଙ୍କ ପାଖରେ ଟଙ୍କା ପଇସା କିଛି ନଥିବାରୁ ସେ ଅସହାୟ ହୋଇ ମେଡିକାଲରେ ବସି କାନ୍ଦୁଥିଲେ। ଏହି ସମୟରେ ରୋଗୀ ଛାଡିବା ପାଇଁ ଏକ 108 ଆମ୍ବୁଲାନ୍ସ ମେଡିକାଲ ଯାଇଥିଲା। ଉକ୍ତ 108 ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଜୀବନ କୁମାର ବେହେରାଙ୍କ ନଜର ବୃଦ୍ଧାଙ୍କ ଉପରେ ପଡିଥିଲା।

ସମସ୍ତ ଘଟଣା ବୁଝିବା ପରେ ଜୀବନ ଉକ୍ତ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ଯୋଗାଇବା ସହ ନିଜସ୍ୱ ଖର୍ଚ୍ଚରେ ଏକ ଅଟୋ ଭଡ଼ା କରି ବୃଦ୍ଧାଙ୍କୁ ଜଳେଶ୍ୱର ପଠାଇଥିଲେ। ଜଣେ ଫାର୍ମାସିଷ୍ଟଙ୍କ ଏମିତି ମାନବିକତା ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 5, 2020, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.