ETV Bharat / state

ଛୁଟିରୁ ଆସି ଭିଜିଲାନ୍ସ କୋର୍ଟରେ ହାଜର ହେଲେ ଟାଉନ ଥାନା ପୂର୍ବତନ ଆଇଆଇସି

author img

By

Published : Feb 2, 2021, 2:31 PM IST

ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ଆଜି ଭିଜିଲାନ୍ସ କୋର୍ଟରେ ନିଜ ଆଡୁ ହାଜର ହୋଇଛନ୍ତି। ଜୁଲାଇ ମାସରୁ ସରୋଜିନୀ ଛୁଟିରେ ଥିବା ବେଳେ ଆଜି ଭିଜିଲାନ୍ସ କୋର୍ଟରେ ହାଜର ହୋଇ ନିଜର ସମସ୍ତ କାଗଜପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ଛୁଟିରୁ ଆସି  ଭିଜିଲାନ୍ସ କୋର୍ଟରେ  ହାଜର ହେଲେ ଟାଉନ ଥାନା ପୂର୍ବତନ ଆଇଆଇସି
ଛୁଟିରୁ ଆସି ଭିଜିଲାନ୍ସ କୋର୍ଟରେ ହାଜର ହେଲେ ଟାଉନ ଥାନା ପୂର୍ବତନ ଆଇଆଇସି

ବାଲେଶ୍ୱର: ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ଆଜି ଭିଜିଲାନ୍ସ କୋର୍ଟରେ ନିଜ ଆଡୁ ହାଜର ହୋଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତଳ କୋର୍ଟରେ ଆତ୍ମସମର୍ପଣ କରିବା ସହ ଜାମିନ୍‌‌ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ ପାଇଁ 25 ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଏସଆଇ ବିମଳ କର ଓ ମଧ୍ୟସ୍ଥିଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଗତ ଜୁଲାଇ ମାସରେ ଭିଜିଲାନ୍ସ 19/20 ମାମଲା ଆଧାରରେ ତଦନ୍ତ ଜାରି ରଖିଥିଲା। ପରେ 164 ଧାରାରେ ବୟାନ ରେକର୍ଡ ବେଳେ ସରୋଜିନୀଙ୍କ ନାଁ ସାମ୍ନାକୁ ଆସିଥିଲା।

ଜୁଲାଇ ମାସରୁ ସରୋଜିନୀ ଛୁଟିରେ ଥିବା ବେଳେ ଆଜି ଭିଜିଲାନ୍ସ କୋର୍ଟରେ ହାଜର ହୋଇ ନିଜର ସମସ୍ତ କାଗଜପତ୍ର ଦାଖଲ କରିଥିବା ଜଣାପଡ଼ିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.