ବାଲେଶ୍ଵର: ରେମୁଣାରେ ଥିବା ବିଦ୍ୟୁତ ଗ୍ରୀଡ଼ରେ ହଠାତ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବିଦ୍ୟୁତ ଗ୍ରୀଡରେ ନିଆଁ ଲାଗିବା ଫଳରେ ଅନେକ ଯନ୍ତ୍ରାଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ଗ୍ରୀଡରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ସୌଭାଗ୍ୟବଶତଃ ସେଠାରେ କାର୍ଯ୍ୟରତ କୌଣସି ଶ୍ରମିକଙ୍କ କ୍ଷୟକ୍ଷତିର ସୂଚନା ନଥିବା ଜଣାପଡିଛି ।
ଅଗ୍ନିକାଣ୍ଡ ଖବର ପାଇ ଦୁଇଟି ଦମକଳ ଟିମ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିବା ଜଣାପଡଛି । ନିଆଁ ଲାଗିବା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ