ETV Bharat / state

ବାଲେଶ୍ବରରେ ହୋଇଛି ସର୍ବାଧିକ ମାଛ ଚାଷ ନଷ୍ଟ: କୃଷିମନ୍ତ୍ରୀ - ବାଲେଶ୍ବରରେ ହୋଇଛି ସର୍ବାଧିକ ମାଛ ଚାଷ ନଷ୍ଟ

ବାତ୍ୟା ୟସ ଯୋଗୁଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକରେ ଲୁଣାପାଣି ମାଡି ଯାଇଛି । ଏସବୁର ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ଵରରେ ପହଞ୍ଚିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ । ଅଧିକ ପଢନ୍ତୁ...

The Agriculture Minister Visiting storm areas in Balasore
ବାଲେଶ୍ବରରେ ହୋଇଛି ସର୍ବାଧିକ ମାଛ ଚାଷ ନଷ୍ଟ: କୃଷିମନ୍ତ୍ରୀ
author img

By

Published : Jun 1, 2021, 8:52 PM IST

Updated : Jun 1, 2021, 10:42 PM IST

ବାଲେଶ୍ଵର : ବାତ୍ୟା ୟସ ଯୋଗୁଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବ୍ଲକରେ ଲୁଣା ପାଣି ମାଡି ଯାଇଛି । ଏକର ଏକର ଚାଷଜମି ଏବେ ଲୁଣାପାଣି ଜମି ରହିଛି । ରବି ଫସଲ ଓ ପରିବା ଚାଷୀମାନେ ବାତ୍ୟା ଯୋଗୁଁ ବହୁ କ୍ଷତି ସହିଛନ୍ତି । ଏସବୁର ସ୍ଥିତି ସମୀକ୍ଷା ପାଇଁ ବାଲେଶ୍ଵରରେ ପହଞ୍ଚିଛନ୍ତି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ।

ବାଲେଶ୍ବରରେ ହୋଇଛି ସର୍ବାଧିକ ମାଛ ଚାଷ ନଷ୍ଟ: କୃଷିମନ୍ତ୍ରୀ

ବାଲେଶ୍ଵର ସଦର ବ୍ଲକ ସାର୍ଥା, ବୁଦ୍ଧିଆମାରି ଅଞ୍ଚଳ ପରିଦର୍ଶନ କରି ସେ ସ୍ଥିତି ସମୀକ୍ଷା କରିଛନ୍ତି । ରାତିରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

The Agriculture Minister Visiting storm areas in Balasore
ବାଲେଶ୍ବରରେ ହୋଇଛି ସର୍ବାଧିକ ମାଛ ଚାଷ ନଷ୍ଟ: କୃଷିମନ୍ତ୍ରୀ

ପ୍ରାଥମିକ ତଦନ୍ତ ପରେ ଯାହା ସୂଚନା ରହିଛି, 254.45 ହେକ୍ଟର ଚିଙ୍ଗୁଡ଼ି ଚାଷ ନଷ୍ଟ ହୋଇଛି । ଉଦ୍ୟାନ ବିଭାଗର 189 ହେକ୍ଟର ପନି ପରିବା, 69 ହେକ୍ଟର ଫଳ ଚାଷ ନଷ୍ଟ ହୋଇଛି । ସେହିପରି 1ଲକ୍ଷ 13 ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଲୁଣାପାଣି 5 ହଜାର 8ଶହ ହେକ୍ଟରରେ ମାଡିଛି । ଆଗାମୀ ଦୁଇ ତିନିଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିବାର ସମ୍ଭାବନା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 1, 2021, 10:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.