ବାଲେଶ୍ଵର: ଉଦ୍ଧାର ହେଲା 6 ଫୁଟିଆ ଚମ୍ପା ନାଗ । ବାଲେଶ୍ଵର ଜିଲ୍ଲା ନୀଳଗିରି ବନ ବିଭାଗ ଅଧିନ ଡେଙ୍ଗାସାହି ଗ୍ରାମର ଭରତ କବାଟଙ୍କ ଘରୁ ଏକ ୬ ଫୁଟିଆ ଚମ୍ପା ନାଗ ସାପ ଉଦ୍ଧାର କରି ଗାଁ ଲୋକ ସାପକୁ କ୍ଷୀର ପିଇବା ପାଇଁ ଦେଇଥିବା ଜଣାପଡିଛି ।
ଗାଁ ନିକଟ ସ୍ଵର୍ଣଚୁଡ଼ ପର୍ବତ ଓ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଭିମୁଖୀ ହୋଇ ଘର ଭିତରକୁ ପ୍ରବେଶ କରୁଥିବା ବେଳେ ଘର ଲୋକେ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ ।
ସ୍ନେକ ହେଲ୍ପଲାଇନ ସଦସ୍ୟ ତାପସ ରଞ୍ଜନ ରାଉତଙ୍କୁ ଖବର ଦେବାପରେ ସେ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ