ETV Bharat / bharat

ଆସୁଛନ୍ତି ମା'; ନବରାତ୍ରୀରେ ଝଟକିବ ଏହି ରାଶିଙ୍କ ଭାଗ୍ୟ, ଘଟିବ ବଡ଼ ପରିବର୍ତ୍ତନ - Durga Puja Navratri Horoscope

author img

By ETV Bharat Odisha Team

Published : 2 hours ago

Zodiac Signs To Get Maa Durga Bless In Navratri: ଧରାପୃଷ୍ଟକୁ ଆସୁଛନ୍ତି ମା' ଦୁର୍ଗା । କିଛିଦିନ ପରେ ଆରମ୍ଭ ହେବ ନବରାତ୍ରୀ । ନୂତନ ଉତ୍ସାହ ସହ ମା' ଦୁର୍ଗା ନବରାତ୍ରୀରେ ଏହି ରାଶିଙ୍କ ପାଇଁ ନେଇ ଆସୁଛନ୍ତି ସୁଖ ସମୃଦ୍ଧି । ପଢ଼ନ୍ତୁ ନବରାତ୍ରୀରେ କେଉଁ ରାଶିଙ୍କ ଭାଗ୍ୟ ହେବା ପରିବର୍ତ୍ତନ

ନବରାତ୍ରୀରେ ଝଟକିବ ଏହି ରାଶିଙ୍କ ଭାଗ୍ୟ, ଘଟିବ ବଡ଼ ପରିବର୍ତ୍ତନ
ନବରାତ୍ରୀରେ ଝଟକିବ ଏହି ରାଶିଙ୍କ ଭାଗ୍ୟ, ଘଟିବ ବଡ଼ ପରିବର୍ତ୍ତନ (ETV Bharat Odisha)

ହାଇଦ୍ରାବାଦ: ଆସନ୍ତା ଅକ୍ଟୋବର ୩ ତାରିଖ (ଗୁରୁବାର) ଠାରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ଶାରଦୀୟ ଦୂର୍ଗାପୂଜାରେ ଧରାବତରଣ କରିବେ ମହିଷାମର୍ଦ୍ଦିନୀ ମା' ଦୁର୍ଗା । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ମା'ଙ୍କ ପୂଜାର୍ଚ୍ଚନା । ନବରାତ୍ରୀରେ ଅର୍ଥାତ୍ ୯ ରାତ୍ରୀରେ ମା' ଦୁର୍ଗାଙ୍କ ୯ଟି ରୂପରୁ ଆରଧନା କରାଯାଏ । ଏହି ନବରାତ୍ରୀରେ କିଛି ରାଶିଙ୍କ ଉପରେ ପଡ଼ିବାକୁ ଯାଉଛି ଶୁଭ ଦୃଷ୍ଟି । ମା'ଙ୍କୁ ପୂଜା ସମୟରେ କିଛି ରାଶି ଉପରୁ ହଟିବ ନକରାତ୍ମକ ପ୍ରଭାବ । ଫଳରେ ଏହି ରାଶିଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଧନଧାନ୍ୟରେ ପୁରି ଉଠିବ ଘର । ମା'ଙ୍କୁ ସ୍ମରଣ କରି ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ଆଶାଠାରୁ ଅଧିକ ସଫଳତା ହାସଲ କରିବେ । ତେବେ ନବରାତ୍ରୀ କେଉଁ ରାଶିଙ୍କ ପାଇଁ ନୂତନ ଉତ୍ସାହ ନେଇ ଆସୁଛି ଆସନ୍ତୁ ଜାଣିବା..

Navratri 2024 Rashifal
Navratri 2024 Rashifal (ARIES)

ମେଷ: ନବରାତ୍ରୀ ସମୟରେ କିଛି ବଡ଼ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗ୍ରହ ଚଳନ ପ୍ରଭାବରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ମା' ଦୁର୍ଗାଙ୍କ ଶୁଭ ଦୃଷ୍ଟି ପଡିବାକୁ ଯାଉଛି । ମା'ଙ୍କ କୃପାରୁ ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିବ । କୌଣସି ଏକ ସ୍ତରରୁ ଆପଣଙ୍କୁ ମୋଟା ଅଙ୍କର ଅର୍ଥ ପ୍ରାପ୍ତ ହୋଇପାରେ । ଚାକିରି କରୁଥିବା ବ୍ୟକ୍ତିମାନଙ୍କର ପଦୋନ୍ନତି ହେବ । ଚାକିରି ପାଇଁ ଆଶାୟୀଥିବା ବ୍ୟକ୍ତିମାନଙ୍କୁ ଖୁସି ଖବର ମିଳିବାକୁ ଯାଉଛି । ମା'ଙ୍କ କୃପାରୁ ଆବେଦନ କରିଥିବା ପଦବୀରେ ଆପଣଙ୍କୁ ଚାକିରି ମିଳିପାରେ । ବଡ଼ କମ୍ପାନୀରୁ ଚାକିରି ଅଫର ମିଳିପାରେ । ବ୍ୟବସାୟୀ ବୃଦ୍ଧି ହେବ । ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ କମାଇବେ । ଯେଉଁମାନଙ୍କର ବିବାହ ସମସ୍ୟା ଲାଗି ରହିଛି ନବରାତ୍ରୀ ସମୟରେ ବିବାହ ସ୍ଥିର ହୋଇପାରେ ।

Navratri 2024 Rashifal
Navratri 2024 Rashifal (TAURUS)

ବୃଷ: ନବରାତ୍ରୀ ଆପଣଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି । ଆପଣ କ୍ୟାରିୟରରେ ବଡ଼ ସଫଳତା ହାସଲ କରିବାକୁ ଯାଉଛନ୍ତି । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପ୍ରେମ ସମ୍ପର୍କରେ ସୁଧାର ଆସିବ । କର୍ମକ୍ଷେତ୍ରରେ ପଦୋନ୍ନତି ହେବ । ନୂତନ ଜାଗାରୁ ଚାକିରିର ଅଫର ମିଳିପାରେ । ଉଧାର ଦେଇଥିବା ଟଙ୍କା ଫେରି ପାଇବେ । ଆପଣଙ୍କୁ ମୂଲ୍ୟବାନ ଧାତୁ ପ୍ରାପ୍ତ ହୋଇପାରେ । ଲାଗି ରହିଥିବା ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିବ । ସମାଜରେ ନିଜ କାର୍ଯ୍ୟ ପାଇଁ ସମ୍ମାନ ବୃଦ୍ଧି ପାଇବ । ଶତ୍ରୁମାନେ ପରାସ୍ତ ହେବେ । ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ କିଛି ପରୀକ୍ଷାରେ ସଫଳତା ପାଇପାରନ୍ତି ।

Navratri 2024 Rashifal
Navratri 2024 Rashifal (GEMINI)

ମିଥୁନ: ନବରାତ୍ରୀରେ ଆପଣଙ୍କ ଭାଗ୍ୟରେ ଧନପ୍ରାପ୍ତିର ସଂକେତ ରହିଛି । ଏକ ବଡ଼ କାର୍ଯ୍ୟର ଶୁଭାରମ୍ଭ କରିବେ, ଏହାସହ ସେଥିରେ ସଫଳତା ମଧ୍ୟ ହାସଲ କରିବେ । ବିବାହ ଯୋଗ ରହିଛି । ନବରାତ୍ରୀ ସମୟରେ ନିଜ ମନ ପସନ୍ଦର ଜୀବନସାଥୀ ମିଳିବ । ଆୟ ବୃଦ୍ଧିରେ କୌଣସି ପ୍ରତିବନ୍ଧ ଆପଣଙ୍କ ପାଖ ମାଡିବ ନାହିଁ । ଚାକିରି କ୍ଷେତ୍ରରେ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ନୂତନ ପଦ ଏବଂ ଦାୟିତ୍ୱ ପାଇବେ । ସ୍ବାସ୍ଥ୍ୟରେ ଉନ୍ନତି ହେବ । ରାଜନୀତିରେ ସକ୍ରିୟ ଥିବା ବ୍ୟକ୍ତି ସଫଳତା ପାଇବେ । ବହୁଦିନ ଧରି ଲାଗି ରହିଥିବା କୋର୍ଟ କଚେରି ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । ନିଜ ଜୀବନସାଥୀଙ୍କ ଠାରୁ ଏକ ମୂଲ୍ୟବାନ ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି ।

Navratri 2024 Rashifal
Navratri 2024 Rashifal (CANCER)

କର୍କଟ: ଏକ ବଡ଼ କାର୍ଯ୍ୟକ୍ରମରେ ସମ୍ମାନିତ ହେବେ । ବହୁଦିନ ଧରି ଅଟକି ରହିଥିବା କାର୍ଯ୍ୟ ସିଦ୍ଧି ହେବ । ନୂତନ ବ୍ୟବସାୟ ଆରମ୍ଭ କରିବେ । ବିଦେଶ ଭ୍ରମଣ କରିବା ପାଇଁ ଯୋଜନା କରିବେ । ଅନ୍ୟକୁ ଦେଇଥିବା ଟଙ୍କା ସୁଧ ମୂଳ ସହ ଫେରିପାଇବେ । ଜମିବାଡ଼ିକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ନୂତନ ବ୍ୟବସାୟ ଆରମ୍ଭ କରିବେ । ସମ୍ପର୍କୀୟଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି । ଲାଗି ରହିଥିବା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିବ । ନୂତନ ଚାକିରି ପାଇଁ ବାଟ ଫିଟିବ । ଚାକିରି ପାଇଁ ଆଶାୟୀଙ୍କ ମନ ମୁତାବକ ଚାକିରି ମିଳିବ ।

Navratri 2024 Rashifal
Navratri 2024 Rashifal (LEO)

ସିଂହ: ନବରାତ୍ରୀ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ନେଇ ଆସୁଛି । ଆପଣ ନିଜକୁ ଉତ୍ସାହିତ ଏବଂ ଶକ୍ତିଶାଳୀ ଅନୁଭବ କରିବେ । ମିଠା କଥା କହି କାର୍ଯ୍ୟ ହାସଲ କରିବେ । ଏକ ବିଶେଷ ସୁତ୍ରରୁ ଧନ ପ୍ରାପ୍ତି ହେବାର ଯୋଗ ରହିଛି । ଆୟର ବୃଦ୍ଧି ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବ । ଚାକିରିରେ ପଦୋନ୍ନତି ହେବ । ବ୍ୟବସାୟରେ ଲାଭ ମାର୍ଜିନ ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ହୋଇପାରେ । ସମ୍ପର୍କରେ ମଧୁରତା ଆସିବ । ପାରିବାରିକ ଜୀବନରେ ସୁଖମୟ ରହିବ । କୌଣସି ଏକ ମୂଲ୍ୟବାନ ଜିନିଷ କ୍ରୟ କରିବେ । ଯାହା ଦୀର୍ଘସ୍ଥାୟୀ ହୋଇ ରହିବ । ଛାତ୍ରଛାତ୍ରୀ କମ୍ପିଟେଟିଭ ପରୀକ୍ଷାରେ ସଫଳ ହେବେ । ଆଶାୟୀମାନଙ୍କୁ ଚାକିରି ମିଳିପାରେ । ନବରାତ୍ରୀରେ ମା'ଙ୍କ ଆରାଧନା କରନ୍ତୁ ।

Navratri 2024 Rashifal
Navratri 2024 Rashifal (VIRGO)

କନ୍ୟା: ବର୍ତ୍ତମାନ ସୂର୍ଯ୍ୟଦେବ କନ୍ୟା ରାଶିରେ ଚଳନ କରୁଛନ୍ତି । ଏପଟେ ମା' ଦୁର୍ଗା ଧରାପୃଷ୍ଟକୁ ଆସିବାକୁ ଯାଉଛନ୍ତି । ତେଣୁ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ନବରାତ୍ରୀ ବିଶେଷ ସ୍ବତନ୍ତ୍ର ରହିବ । ଟଙ୍କା ସଞ୍ଚୟ କରିବାର ଉପାୟ ମିଳିବ । ଉପହାର ସ୍ବରୁପ କୌଣସି ଦାମୀ ରତ୍ନ ଆପଣଙ୍କୁ ପ୍ରାପ୍ତ ହୋଇପାରେ । ବହୁଦିନ ଧରି ଅପେକ୍ଷାରେ ଥିବା ଚାକିରି ପାଇଁ ଖୁସି ଖବର ମିଳିବ । କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ । ବ୍ୟବସାୟରେ ବିସ୍ତାର ହେବ । ପ୍ରେମ ବିବାହ ପାଇଁ ସ୍ବୀକୃତି ମିଳିବ । ନୂଆ ଘର କରିବା ପାଇଁ ଯୋଜନା କରିବେ । ଏଥିପାଇଁ ଟଙ୍କାର ଅଭାବ ରହିବ ନାହିଁ । ମହିଳାମାନେ ଫ୍ୟାସନ ଜଗତରେ ପ୍ରସିଦ୍ଧି ହେବେ ।

Navratri 2024 Rashifal
Navratri 2024 Rashifal (LIBRA)

ତୁଳା: ଆପଣଙ୍କ ଉପରେ ନବରାତ୍ରୀରେ ମା'ଙ୍କ କୃପାଦୃଷ୍ଟି ରହିବ । ଆପଣଙ୍କ ରାଶିରେ ଗ୍ରହ ନକ୍ଷତ୍ର ଚାଳନା ସଠିକ ଭାବରେ ରହୁଥିବାକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆପଣଙ୍କ ସପକ୍ଷରେ ଯିବ । ରାଜନୀତିରେ ସ୍ଥିତି ଓ ପ୍ରତିଷ୍ଠା ବୃଦ୍ଧି ପାଇବେ । ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ । ସକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣ ସମ୍ମାନ ପାଇବେ । କୌଣସି ଏକ ବଡ଼ କାର୍ଯ୍ୟକ୍ରମରେ ଆପଣ ଅତିଥି ଭାବରେ ଯୋଗ ଦେବା ସହ ସମ୍ମାନିତ ବି ହେବେ । ଚାକିରିରେ ପଦୋନ୍ନତି ପାଇବା ସମ୍ଭାବନା ରହିବ । ଆୟର ଉତ୍ସ ବୃଦ୍ଧି ପାଇବ । ପୂଜାପାଠରେ ମନୋନିବେଶ କରିବେ ଫଳରେ ମନରେ ସକରାତ୍ମକ ଭାବନା ଜାତ ହେବ । ଯାହା ଆପଣଙ୍କ ପାଇଁ ସଫଳତାର ବାଟ କାଢ଼ିବ ।

Navratri 2024 Rashifal
Navratri 2024 Rashifal (SCORPIO)

ବିଛା: ନବରାତ୍ରୀ ଆପଣଙ୍କ ପାଇଁ ସୌଭାଗ୍ୟ ନେଇ ଆସୁଛି । ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । କ୍ୟାରିୟର, ଦରମା ବୃଦ୍ଧି ଏବଂ ସମ୍ମାନିତ ହେବେ । ଏକ ବଡ ସୁଯୋଗ ପାଇବେ ଯାହା ଆପଣଙ୍କୁ ବଡ଼ ସଫଳତା ଆଡକୁ ନେଇଯିବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । ଯାହାଦ୍ୱାରା ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଜୀବନସାଥୀ ସହିତ ସମ୍ପର୍କ ଅଧିକ ମଜଭୁତ ହେବ । ଦାନ ଧର୍ମ କରିବେ । ମନରେ ସକରାତ୍ମକ ଭାବନା ଆସିବ । ଡିପ୍ରେସନ ଦୂର ହେବ । କର୍ମଚଞ୍ଚଳ ରହିବେ । ବିବାହ ଜନିତ ସମସ୍ୟା ଦୂର ହେବ । ଆପଣଙ୍କ ମନମୁତାବିକ ଜୀବନ ସାଥୀ ମିଳିବେ । ଜମି ବାଡ଼ିକୁ ନେଇ ରହିଥିବା ବିବାଦ ସମାଧାନ ହେବା ସହ ରାୟ ଆପଣଙ୍କ ସପକ୍ଷରେ ଯିବ ।

Navratri 2024 Rashifal
Navratri 2024 Rashifal (SAGITTARIUS)

ଧନୁ: ନବରାତ୍ରୀରେ ଆପଣଙ୍କ ରାଶିରେ ଗ୍ରହ ଚଳନ ଆପଣଙ୍କୁ ସୁସମ୍ବାଦ ଦେବ । ଆପଣ ଭାଗ୍ୟଶାଳୀ ହୋଇପାରନ୍ତି । କୌଣସି ଏକ ଲଟେରିରୁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ମିଳିପାରେ । ନୂତନ ବ୍ୟବସାୟ, ଘର ନିର୍ମାଣ କରିପାରନ୍ତି । ଏଥିପାଇଁ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ । ପୈତୃକ ସମ୍ପତ୍ତିକୁ ନେଇ ରହିଥିବା ବିବାଦର ସମାଧାନ ହେବ । ବିଦେଶ ଯାତ୍ରା ଯୋଗ ରହିଛି । ବନ୍ଧୁଙ୍କ ନିକଟରୁ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । ଦାନ ଧର୍ମ କରିବାରେ ଆଗ୍ରହ ବଢ଼ିବ । କରଜ ଦେଇଥିବା ଟଙ୍କା ସୁଧ ମୂଳ ସହ ଫେରି ପାଇବେ । କମ ପରିଶ୍ରମରେ ଅଧିକ ଲାଭ ମିଳିବ । ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ ।

Navratri 2024 Rashifal
Navratri 2024 Rashifal (CAPRICORN)

ମକର: ନବରାତ୍ରୀରେ ମା'ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଆତ୍ମବିଶ୍ବାସ ବୃଦ୍ଧି ପାଇବ । ଆୟର ନୂତନ ଉତ୍ସ ମିଳିବ । ଧାର, କରଜ ଋଣ ମୁକ୍ତ ହେବେ । ନୂତନ ଚାକିରି ପାଇଁ ବାଟ ଫିଟିବ । ଚାକିରି ପାଇଁ ଆଶାୟୀଙ୍କ ମନମୁତାବକ ଚାକିରି ମିଳିବ । ଧନ ଆଗମନର ରାସ୍ତରେ କୌଣସି ପ୍ରତିବନ୍ଧ ରହିବ ନାହିଁ । ପାରିପାର୍ଶ୍ବିକ ଶତ୍ରୁ ବୃଦ୍ଧି ପାଇଲେ ମଧ୍ୟ ମା'ଙ୍କ କୃପାରୁ ଶତ୍ରୁଙ୍କୁ ପରାସ୍ତ କରିବେ । ଚାକିରି କ୍ଷେତ୍ରରେ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ସକରାତ୍ମକ ଚିନ୍ତାଧାରା ଯୋଗୁଁ ଆପଣ ସମ୍ମାନ ପାଇବେ । ବ୍ୟବସାୟରେ ଏକ ନୂତନ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ ।

Navratri 2024 Rashifal
Navratri 2024 Rashifal (AQUARIUS)

କୁମ୍ଭ: ନବରାତ୍ରୀ ଆପଣଙ୍କ ଜୀବନରେ ନୂଆ ଉତ୍ସାହ ଭରି ଦେବ । ପ୍ରତ୍ୟେକ କାର୍ଯ୍ୟ କରିବାକୁ ସକ୍ଷମ ହେବେ ଓ ସଫଳ ମଧ୍ୟ ହେବେ । ମା'ଙ୍କ କରୁଣାରୁ ଏଥିପାଇଁ ଟଙ୍କାର କୌଣସି ସମସ୍ୟା ରହିବ ନାହିଁ । ଯେଉଁ ବ୍ୟକ୍ତିମାନେ ନିଜ ସନ୍ତାନଙ୍କୁ ବିବାହକୁ ନେଇ ଚିନ୍ତିତ ଅଛନ୍ତି ସେମାନଙ୍କ ଚିନ୍ତା ଦୂର ହେବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମାପ୍ତି ମନରେ ଖୁସି ବୃଦ୍ଧି କରିବ । ବ୍ୟବସାୟରେ ହଠାତ୍ ଆର୍ଥିକ ଲାଭ ହୋଇପାରେ । ରୋଜଗାରର ସୁଯୋଗ ଉପଲବ୍ଧ ହେବ । ଯସ ବୃଦ୍ଧି ହେବ । ଚାକିରିରେ ପରିବର୍ତ୍ତନ ହେବାର ଦୃଢ଼ ସମ୍ଭାବନା ରହିଛି । ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବାର ସୁଯୋଗ ପାଇପାରନ୍ତି ।

Navratri 2024 Rashifal
Navratri 2024 Rashifal (PISCES)

ମୀନ: ଚାକିରିରେ ପଦୋନ୍ନତି ପାଇବେ । ବ୍ୟବସାୟରେ ଅଗ୍ରଗତି କରିବେ । ବୈବାହିକ ସମ୍ପର୍କର ଉନ୍ନତି ହେବ, ଭାଗ୍ୟ ଦୃଢ଼ ହେବ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ରହିବ । ପ୍ରେମ ପାଇଁ ଅତ୍ୟନ୍ତ ଅନୁକୂଳ ହେବ । ଟକାଯାଇଥିବା ଟଙ୍କା ପୁନରୁଦ୍ଧାର ହେବ । ଦୁଃସାହସିକ କାର୍ଯ୍ୟ କରିବାରେ ସଫଳ ହେବେ । ପତି-ପତ୍ନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଦାନ ହେବ । ନବରାତ୍ରୀରେ ମା'ଙ୍କ କୃପାରୁ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ । ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି ତେବେ ଆପଣ ସେଥିରେ ସଫଳ ହୋଇପାରନ୍ତି । ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ଯତ୍ନଶୀଳ ହେବେ । ନୂତନ ଦିଗରୁ ଧନପ୍ରାପ୍ତି ହୋଇପାରେ । ଉପହାର ସ୍ବରୁମ ମୂଲ୍ୟବାନ ଧାକୁ ପ୍ରାପ୍ତ ହୋଇପାରେ । ଶତ୍ରୁଙ୍କୁ ପରାଜିତ କରି ଆଗକୁ ବଢ଼ିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.