ETV Bharat / state

ମହାପ୍ରଭୁଙ୍କୁ ଅବମାନନା ଘଟଣା, କ୍ଷମା ପ୍ରାର୍ଥନା କଲେ ଟେଣ୍ଟ ମାଲିକ

author img

By

Published : Sep 9, 2022, 5:53 PM IST

Updated : Sep 9, 2022, 7:43 PM IST

ପିକଅପ ଭ୍ୟାନରେ ମହାପ୍ରଭୁଙ୍କୁ ନେଇକି ଯିବା ଘଟଣାରେ ଟେଣ୍ଟ ମାଲିକ ଓ କର୍ମଚାରୀ ମନ୍ଦିରରେ ପହଞ୍ଚି ଜଗନ୍ନାଥଙ୍କୁ କ୍ଷମା ମାଗିଛନ୍ତି। ଅଧିକ ପଢନ୍ତୁ

ମହାପ୍ରଭୁଙ୍କୁ ଅବମାନନା ଘଟଣା, କ୍ଷମା ପ୍ରାର୍ଥନା କଲେ ଟେଣ୍ଟ ମାଲିକ
ମହାପ୍ରଭୁଙ୍କୁ ଅବମାନନା ଘଟଣା, କ୍ଷମା ପ୍ରାର୍ଥନା କଲେ ଟେଣ୍ଟ ମାଲିକ

ବାଲେଶ୍ବର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅବମାନନା ଘଟଣା । ଏକ ପିକ୍‌ଅପ୍‌ ଭ୍ୟାନରେ ମହାପ୍ରଭୁଙ୍କୁ ନେଇକି ଯିବା ଘଟଣାରେ ଟେଣ୍ଟ ମାଲିକ ଓ କର୍ମଚାରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ କ୍ଷମା ପ୍ରର୍ଥନା କରିଛନ୍ତି । ଏମିତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଗରେ ସମସ୍ତେ କାନ ଧରି ଆଉ କେବେବି ଏମିତି ଭୁଲ ହେବ ନାହିଁ ବୋଲି କହିଛନ୍ତି ।

କୋଟି କୋଟି ଓଡିଆଙ୍କ ମଉଡ଼ମଣି ସେ କାଳିଆ ଠାକୁର । ତାଙ୍କ ବିନା ଗଛର ପତ୍ର ମଧ୍ୟ ହଲେ ନାହିଁ । ସେହି ମହାପ୍ରଭୁଙ୍କୁ ଅବମାନନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରାଯାଇଛି । ଏକ ପିକ୍‌ଅପ୍‌ ଭ୍ୟାନରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାନ୍ଧି ନିଆଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଭିଡିଓ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ତେବେ ବାଲେଶ୍ଵର 60 ନମ୍ବର ଜାତୀୟ ରାଜପଥ ହଳଦୀପଦା ନିକଟରେ ଏମିତି ମହାବାହୁଙ୍କୁ ନିଆଯାଉଥିବାର ଭିଡ଼ିଓ ଉତ୍ତୋଳନ କରାଯାଇଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଯୁବକ ବିନୟ କୁମାର ପ୍ରଧାନ ଭୁବନେଶ୍ବରରୁ ଜଳେଶ୍ବର ଫେରୁଥିବା ସମୟରେ ଏମିତି ଦୃଶ୍ୟ ତାଙ୍କ ନଜରରେ ପଡିଥିଲା । ସେ ଏହାର ଭିଡିଓ ଉତ୍ତୋଳନ କରିବା ସହ ଗାଡ଼ିରେ ଥିବା ଲୋକମାନଙ୍କୁ ଏମିତି କାର୍ଯ୍ୟପାଇଁ ତାଗିଦ ମଧ୍ୟ କରିଥିଲେ । ଜଳେଶ୍ବର ଅଞ୍ଚଳର ଶିବଶକ୍ତି ଡେକୋରେଟରର ସାମଗ୍ରୀ ପିକ୍‌ଅପ୍‌ ଭ୍ୟାନରେ ଲୋଡ କରାଯାଇ ନେବାବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ଟେଣ୍ଟ ହାଉସର ସାମଗ୍ରୀ ଏମିତି ଭାବେ ସ୍ଥାନାନ୍ତର ହେଉଥିବା କଥା ଜାଣି ବିନୟ ନିଜ କାର ଅଟକାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଠିକ ଭାବେ ନେବାପାଇଁ କହିଥିଲେ । ଏହାପରେ ଟେଣ୍ଟ କର୍ମଚାରୀମାନେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ସଠିକ ଭାବେ ନେଇଥିବା ଜଣାପଡିଥିଲା ।

ପିକ୍‌ଅପ୍‌ ଭ୍ୟାନରେ ମହାପ୍ରଭୁଙ୍କୁ ନେବା ବେଳର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯିଏ ଦେଖିଲା ସେ କମେଣ୍ଟ ବକ୍ସରେ ଘଟଣାକୁ ନିନ୍ଦା କରିଥିଲେ । ଏହି ଖବର ପ୍ରସାରିତ ପରେ ଟେଣ୍ଟ ମାଲିକ ଗୌତ୍ତମ ପ୍ରଧାନ ଓ ତାଙ୍କର କର୍ମଚାରୀମାନେ ମିଶି ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ସଷ୍ଟାଙ୍ଗ ହୋଇ ପଡି ଯାଇଥିଲେ ସମସ୍ତେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗରେ ଦୀପ ଜାଳିବା ସହ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମହାପ୍ରଭୁଙ୍କୁ ଆଗରେ କହିଥିଲେ ଏମିତି ଭୁଲ ଆଉ କେବେ କରିବୁନାହିଁ । ଏପରିକି ନେହୁରା ହୋଇ କାନ ଧରି କ୍ଷମା ପ୍ରାର୍ଥନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 9, 2022, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.