ETV Bharat / state

ପୁଣି ମାତିଲେଣି ବାଲି ମାଫିଆ, ବେଆଇନ ବାଲି ଚାଲାଣକୁ ନେଇ ଉତ୍ତେଜନା

author img

By

Published : Jul 3, 2023, 6:04 PM IST

ବାଲେଶ୍ବର ଜିଲ୍ଲାରେ ପୁଣି ମାତିଲେଣି ବାଲି ମାଫିଆ । ଭୋଗରାଇ ଅଞ୍ଚଳରେ ମାଫିଆଙ୍କ ଆକ୍ରମଣରେ ଗ୍ରାମବାସୀ ଆହତ ହେବା ପରେ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ

Etv Bharat
Etv Bharat
ବେଆଇନ ବାଲି ଚାଲାଣକୁ ନେଇ ଉତ୍ତେଜନା

ବାଲେଶ୍ବର: ପୁଣି ମାତିଲେଣି ବାଲି ମାଫିଆ । ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢୁଥିବା ବେଳେ ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଗ୍ରାମବାସୀ କିମ୍ବା ପ୍ରଶାସନିକ ଅଧିକାରୀ । ଏମିତି ବେଆଇନ ବାଲି ଚାଲାଣକୁ ନେଇ କିଛି ମାସ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ ବାଲି ମାଫିଆ । ଏହାପରେ ପୋଲିସ ପ୍ରଶାସନ ପକ୍ଷରୁ ଅପରେସନ ସ୍ୟାଣ୍ଡଷ୍ଟ୍ରମ ଆରମ୍ଭ କରାଯାଇଥିଲା । ଏବେ ପୁଣି ବାଲି ମାଫିଆଙ୍କ ଆକ୍ରମଣରେ ଗ୍ରାମବାସୀ ଆହତ ହୋଇଛନ୍ତି । ଏହାପରେ ଭୋଗରାଇ ଅଞ୍ଚଳରେ ଓ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଭୋଗରାଇ ତହସିଲ ଅନ୍ତର୍ଗତ ମନୁନଗର ଗ୍ରାମରେ ଦୀର୍ଘ ବର୍ଷ ଧରି ସୁବର୍ଣ୍ଣରେଖା ନଦୀରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ କରି ଆସୁଥିଲେ । ଏହାସହ ବାଲି ଉଠାଇବା ବେଳେ ନଦୀ ବନ୍ଧକୁ କାଟିବା ସହିତ ପଥର ପେଚିଂକୁ ନଷ୍ଟ କରୁଥିଲେ । ବେଆଇନ ଭାବେ ନଦୀ ଗର୍ଭରୁ ଡଙ୍ଗା ସାହାଯ୍ୟରେ ପ୍ରତିଦିନ ଜେସିବି ଯୋଗେ ଟ୍ରାକ୍ଟରରେ ଲଦି ବାଲି ଚାଲାଣ କରୁଥିଲେ। ଏହାକୁ ନେଇ ଗ୍ରାମବାସୀମାନେ ବିରୋଧ କରିବାରୁ ବାଲି ମାଫିଆମାନେ କୋଦାଳରେ ମାରାଣତ୍ମକ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିବା ଅଭିଯୋଗ ହେଇଛି ।

ଏହା ବି ପଢନ୍ତୁ- ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଥାନାରେ ଏତଲା

ଘଟଣାସ୍ଥଳରେ ତହସିଲଦାର ଓ କମର୍ଦ୍ଦା ପୋଲିସ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ସହ ଗୋଟିଏ ଜେସିବି ଏବଂ ତିନୋଟି ଟ୍ରାକ୍ଟର ଜବତ କରାଯାଇଛି । ପ୍ରକାଶ ଥାଉ କି ଅପରେସନ ସ୍ୟାଣ୍ଡଷ୍ଟ୍ରମ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ । ମାତ୍ର ପୁଣି ଏବେ ସେମିତି ବାଲି ଚାଲାଣକୁ ନେଇ ସଂଘର୍ଷ ହେବା କେଉଁଠି ନା କେଉଁଠି ପୋଲିସର ଏହି ସ୍ୟାଣ୍ଡ ଷ୍ଟ୍ରମ ଅପରେସନକୁ ଚ୍ୟାଲେଞ୍ଜ ଦେଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବାଲି ମାଫିଆଙ୍କ ବିରୋଧରେ ଆରମ୍ଭ ହୋଇଥିଲା କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ଅପରେସନ ସ୍ୟାଣ୍ଡଷ୍ଟ୍ରମ ନାମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେଉଥିବା ବେଆଇନ ଚାଲାଣକୁ ରୋକିବା ପାଇଁ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ।

ଏମିତି କି ଅନେକ ସ୍ଥାନରେ ଟ୍ରକ, ଜେସିବି, ଟ୍ରାକ୍ଟର ଆଦି ଜବତ କରାଯାଉଛି । ଏହି ଅପରେସନ ବାଲେଶ୍ବର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଉପରେ ବାଲି ମାଫିଆମାନେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିଲା । ଆକ୍ରମଣ ପରେ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏ ଦିଗରେ ବେଶ ତତ୍ପର ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା ବାଲି ମାଫିଆଙ୍କ ଉପରେ ରୋକ ଲଗାଇବାରେ ସଫଳ ହୋଇଥିଲା । ମାତ୍ର ପୁଣି ବେଆଇନ ବାଲି ଚାଲାଣକୁ ରୋକିବାରେ ପୋଲିସ ଫେଲ ମାରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.