ବାଲେଶ୍ୱର: ଜିଲ୍ଲା ସୋର ଥାନା ଅଧିନ ସାଉଡ଼ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ତଥା ମନ୍ଦିର ପୂଜକଙ୍କୁ ଆକ୍ରମଣ। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ସରପଞ୍ଚଙ୍କ ସ୍ୱାମୀ କମଳାକାନ୍ତ ପଣ୍ଡା ମନ୍ଦିରରେ ପୂଜା କରୁଥିବା ବେଳେ ଗ୍ରାମର ଶୁକଦେଵ ବାରିକ ହଠାତ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ କମାଳାକାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଅଭିଯୁକ୍ତ ଶୁକଦେବକୁ ଗ୍ରାମବାସୀମାନେ କାବୁ କରି ସୋର ପୋଲିସ ଜିମାରେ ଦେଇଛନ୍ତି। ତାଙ୍କ ପାଖରୁ ଗୋଟିଏ ବାଡ଼ି ଓ ଭୁଜାଲି ଜବତ କରିଛି ପୋଲିସ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ