ବାଲେଶ୍ବର: ଆଜି(ଶୁକ୍ରବାର) ହେଉଛି ଜାତୀୟ ସୁରକ୍ଷା ଦିବସ । ଏହି ଅବସରରେ ଟାଟା ପାୱାର ଉତ୍ତର ଓଡିଶା ଜୋନ ଦ୍ବାରା ଲାଇନ ମ୍ୟାନ ମାନଙ୍କ ସୁରକ୍ଷାକୁ ନେଇ ଲାଇନମ୍ୟାନ ଦିବସ ପାଳନ କରାଯାଇଛି । ଲାଇନମ୍ୟାନଙ୍କ କାର୍ଯ୍ୟଟି ଅଧିକ ବିପଦପୂର୍ଣ୍ଣ ରହିଥାଏ । ସେମାନଙ୍କୁ ଅଧିକ ସୁରକ୍ଷା ଦେବା ଆବଶ୍ୟକ । ଏଥିପାଇଁ ଟାଟା ପାୱାର ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସିଇଓ ଭାସ୍କର ସରକାର କହିଛନ୍ତି।
ଲାଇନମ୍ୟାନ ମାନେ ବହୁ ବିପଦପୂର୍ଣ୍ଣ ସ୍ଥାନକୁ ଯାଇ ଲାଇନମ୍ୟାନ ମାନେ ରିସ୍କ ନେଇ ବିଦ୍ୟୁତ ଯୋଗାଣ କରିଥାନ୍ତି । ଏଥିପାଇଁ ଟାଟା ପାୱାର ସେମାନଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଛି । ଗତ ବର୍ଷ ତୁଳନାରେ ବିଦ୍ୟୁତ ଜନିତ ଦୁର୍ଘଟଣା ଏଥର କମିଛି। ଗତବର୍ଷ ଯେଉଁଠି 46 ଟି ଦୁର୍ଘଟଣା ଘଟିଥିଲା ଏ ବର୍ଷ ମାତ୍ର 3ଟି ଦୁର୍ଘଟଣା ଘଟିଛି । ଏଥିପାଇଁ କେମିତି ସୁରକ୍ଷିତ ଭାବେ ବିଦ୍ୟୁତ ଯୋଗାଣ କରାଯାଇ ପାରିବ ଓ ଲାଇନମ୍ୟାନ ମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି ।
ଲାଇନମ୍ୟାନ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବା ସହ ସୁରକ୍ଷିତ ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇ ଦିଆଯାଇଛି । କାରଣ ଏମାନଙ୍କ କାର୍ଯ୍ୟରେ ପ୍ରତି ମୁହୂର୍ତ୍ତ ବିପଦରେ ଭରି ରହିଥାଏ । ଜାତୀୟ ସୁରକ୍ଷା ଦିବସରେ ଟାଟା ଏମାନଙ୍କ ଉପରେ ଅଧିକ ଗୁରୁତ୍ବ ଦେଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ