ETV Bharat / state

ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ବର ସୋର ଉପକାରାଗାର ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କାରାଗାର ସାମ୍ନାରେ ଉତ୍ତେଜନା । ଅଧିକ ପଢନ୍ତୁ...

ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Jun 23, 2021, 7:57 PM IST

ବାଲେଶ୍ବର: ସୋର ଉପକାରାଗାର ଭିତରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କାରାଗାର ଆଗରେ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା। ତେବେ କଏଦୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ବାସ୍ଥ୍ୟଗତ ସମସ୍ୟା ନା ଆଉ କିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଜେଲ ଭିତରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନା ଅନୁସାରେ, ଭଦ୍ରକ ଜେଲରେ ବିଚାରଧୀନ କଏଦୀ ଭାବେ କମଳାକାନ୍ତ ବାରିକ ରହିଆସୁଥିଲେ। କରୋନା ସଂକ୍ରମଣ କାରଣରୁ ତାଙ୍କୁ ଗତ କିଛିଦିନ ହେବ ଭଦ୍ରକରୁ ସୋର କାରାଗାରକୁ ଅଣାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ କମଳାକାନ୍ତ କାରାଗାର ଭିତରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ସେଠାରୁ ତାଙ୍କୁ ସୋର ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ କଏଦୀଙ୍କ ବେକ ଓ ଆଖିପତାରେ କ୍ଷତ ଚିହ୍ନଥିବା ଦେଖିବାକୁ ମିଳିଛି। ତେବେ ହେପାଜତ ଭିତରେ ଏମିତି ମୃତ୍ୟୁକୁ ନେଇ ଅନେକ ସନ୍ଦେହ ଘନୀଭୂତ ହୋଇଛି। ଉପଯୁକ୍ତ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ। ତେବେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କାରାଗାର ସମ୍ମୁଖରେ ବେଶ କିଛି ସମୟ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.