ETV Bharat / state

ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ୟୁଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଅଫଲାଇନରେ କରିବାକୁ ବାହାରିଲା ନୋଟିସ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନଲାଇନରେ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀଙ୍କ ଦାବି । ଅଧିକ ପଢନ୍ତୁ...

author img

By

Published : Sep 9, 2021, 1:42 PM IST

ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି
ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ବାଲେଶ୍ବର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୟୁଜି ପ୍ରଥମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏବେ ସଂକ୍ରମଣର କମିବାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ବାକିଥିବା ସେମିଷ୍ଟାର ପରୀକ୍ଷା କରାଯିବାକୁ ନିଷ୍ପତି ନିଆଯାଇଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ୟୁଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଅଫଲାଇନରେ କରିବାକୁ ସେପ୍ଟେମ୍ବର ୩ତାରିଖରେ ନୋଟିସ ଜାରି କରାଯାଇଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏଥିରେ ଅସନ୍ତୁଷ୍ଟ ହୋଇ ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ନିଜ ନିଜ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଦରଖାସ୍ତ ପ୍ରେରଣ କରିଥିଲେ। ଏହାସହ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ଦାବିପତ୍ରଟିକୁ ପ୍ରଦାନ କରିଥିଲେ। ଏହାର ଏକ ଅବିକଳ ନକଲ କୁଳପତି ଓ ବାଲେଶ୍ଵର ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.