ETV Bharat / state

ସ୍କୁଲ ମିଶ୍ରଣକୁ ବିରୋଧ, କୁନି ପିଲାଙ୍କ ଯିବା ଆସିବା ଚିନ୍ତା - ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ବିଷ୍ଣୁପ୍ରିୟା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ । ଏନେଇ ସ୍କୁଲରେ ଶିକ୍ଷାଦାନ ଚାଲୁ ରଖିବା ପାଇଁ ଦାବି । ଅଧିକ ପଢନ୍ତୁ

ସ୍କୁଲ ମିଶ୍ରଣକୁ ବିରୋଧ, କୁନି ପିଲାଙ୍କ ଯିବା ଆସିବା ଚିନ୍ତା  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

author img

By

Published : Nov 1, 2022, 9:26 PM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ହାଟସାହି ବିଷ୍ଣୁପ୍ରିୟା ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ପ୍ରାୟ ୩ ବର୍ଷ ହେବ ଓଡ଼ିଶା ସରକାର ଏହି ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ ।

ସୂଚନା ଅନୁସାରେ, ଏହି ବିଦ୍ୟାଳୟଟି ଦୀର୍ଘ ୩୨ ବର୍ଷ ହେବ ଚାଲି ଆସୁଥିଲା । ମାତ୍ର ଏବେ ବିଦ୍ୟାଳୟ ଅନ୍ୟ ସ୍କୁଲ ସହ ମିଶ୍ରଣ ଯୋଗୁଁ କୁନି କୁନି ପିଲାମାନେ ଯିବା ଆସିବା ବିପଦ ଜନକ ବୋଲି ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାସ୍ତାରେ ଦୈନନ୍ଦିନ ବହୁ ଯାନବାହନ ଯାତାୟତ କରୁଥିବାରୁ ଏକୁଟିଆ କୁନି କୁନି ପିଲାମାନେ ଯାଇ ପାରିବେ ନାହିଁ ବୋଲି ମତ ପ୍ରକାଶ ପାଇଛି । ତେବେ ଏହି ଭଳି ପରିସ୍ଥିତିରେ ସ୍କୁଲଟିକୁ ଛାତ୍ର ଅଭାବର ଆଳ ଦେଖାଇ ବନ୍ଦ କରିଦେବା ଆଦୌ ଉଚିତ ହୋଇ ନାହିଁ ବୋଲି କୁହାଯାଇଛି ।

ସ୍କୁଲ ମିଶ୍ରଣକୁ ବିରୋଧ

ଅନ୍ୟପଟେ ସ୍କୁଲ ଗୁଡ଼ିକରେ ଆବଶ୍ୟକ ଶିକ୍ଷକ ଅଭାବ, ଆନୁସଙ୍ଗିକ ଜିନିଷ ପତ୍ରର ଅଭାବ, ଶିକ୍ଷକମାନଙ୍କୁ ଅଣଶିକ୍ଷକ କାର୍ଯ୍ୟରେ ନିୟୋଜନ, ଶିକ୍ଷାର ବଜେଟ ହ୍ରାସ କରିବା ସହିତ ସରକାର ନିଜେ ଘରୋଇ ସ୍କୁଲ ଗୁଡ଼ିକୁ କ୍ରମାଗତ ପ୍ରୋତ୍ସାହନ ଦେବା ଫଳରେ ସରକାରୀ ସ୍କୁଲ ଗୁଡ଼ିକରେ ଶିକ୍ଷାର ମାନ କ୍ରମାଗତ ନିମ୍ନଗାମୀ ହେବା ଯୋଗୁଁ ପିଲା ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ହୋଇଛି। ତେବେ ଏହି ସବୁ ସମସ୍ୟାର ସମାଧାନ ନ କରି ସରକାର ସ୍କୁଲ ବନ୍ଦ କରିବା ଉଚିତ ନୁହଁ ବୋଲି କୁହାଯାଇଛି। ଏଥିପାଇଁ ଉକ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି ସହ ସ୍କୁଲରେ ଶିକ୍ଷାଦାନ ଚାଲୁ ରଖିବା ପାଇଁ ଦାବି ହୋଇଛି।

ଏହା ମଧ୍ୟ ପଢନ୍ତୁ- Dhamnagar bypoll: ଆଜି ସରୁଛି ପ୍ରଚାର, ବିଜେପିର ଅଭିଯୋଗ ବିଜେଡି ବାଣ୍ଟିବ ଟଙ୍କା

ଏନେଇ ସରପଞ୍ଚ ନିରଞ୍ଜନ ବାରିକ କହିଛନ୍ତି, "ଆମ ପଞ୍ଚାୟତରେ ଥିବା ବିଦ୍ୟାଳୟ ସୂଚାରୁ ରୂପେ ଚାଲିଥିଲା। ଏଥିସହ ବିଦ୍ୟାଳୟରେ ସମସ୍ତ ସୁବିଧା ମଧ୍ୟ ଥିଲା । କିନ୍ତୁ ସରକାର ଏହି ବିଦ୍ୟାଳୟ କୁ ବନ୍ଦ କରିଦେଲେ। ଏନେଇ ଗ୍ରାମବାସୀ ମାନେ ମଧ୍ୟ ସରକାରଙ୍କୁ ଜଣାଇଛନ୍ତି। କିନ୍ତୁ ଆଜି ଯାଏଁ ଏହାର ସମାଧନ ହୋଇପାରୁନି । ଏନେଇ ଆଜି ଆମେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛୁ ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.