ETV Bharat / state

ମାର୍କ ପାଇଁ ହନ୍ତସନ୍ତ ଛାତ୍ରୀ, ୨୩ ପରେ ସମାଧାନ ନେଇ ମନ୍ତ୍ରୀଙ୍କ ଆଶ୍ବାସନା - ଯୁକ୍ତ ଦୁଇ ରେଜଲ୍ଟ ସମସ୍ୟା

ଫର୍ମ ପୂରଣ କରିଥିଲେ ମଧ୍ୟ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଫଳାଫଳ ପ୍ରକାଶ ପାଇନଥିବା ଅଭିଯୋଗ । ମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା । ଅଧିକ ପଢନ୍ତୁ...

ମାର୍କ ପାଇଁ ହନ୍ତସନ୍ତ ଛାତ୍ରୀ, ୨୩ ପରେ ସମାଧାନ ନେଇ ମନ୍ତ୍ରୀଙ୍କ ଆଶ୍ବସନା

author img

By

Published : Aug 15, 2021, 12:34 PM IST

ବାଲେଶ୍ଵର: ଫର୍ମ ପୂରଣ କରିଥିଲେ ମଧ୍ୟ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଫଳାଫଳ ପ୍ରକାଶ ପାଇନଥିବା ଅଭିଯୋଗ । ଏନେଇ ଛାତ୍ରୀଙ୍କ ବାପା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଲେ ।

ମାର୍କ ପାଇଁ ହନ୍ତସନ୍ତ ଛାତ୍ରୀ, ୨୩ ପରେ ସମାଧାନ ନେଇ ମନ୍ତ୍ରୀଙ୍କ ଆଶ୍ବସନା

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ବର କଲେଜରେ ଯୁକ୍ତ ଦୁଇରେ ଆଡମିଶନ କରିଥିଲେ ରାଜଶ୍ରୀ ମହାନ୍ତି ନାମକ ଜଣେ ଛାତ୍ରୀ । ସେ ଫର୍ମ ପୂରଣ କରିଥିଲେ ମଧ୍ୟ ତାଙ୍କର ଆଡମିଟ୍ କାର୍ଡ ଆସିନଥିଲା । ଫଳରେ ରାଜଶ୍ରୀ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କଲେଜ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ଏପରିକି ଗତକାଲି(ଶନିବାର) ରେଜଲ୍ଟ ପ୍ରକାଶ ପାଇବା ପରେ ମଧ୍ୟ ରାଜଶ୍ରୀଙ୍କ ଫଳାଫଳ ଆସିନାହିଁ । ଫଳରେ ରାଜଶ୍ରୀଙ୍କ ବାପା ଆଜି(ରବିବାର) ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଭେଟି ସମସ୍ୟା ବାବଦରେ ଜଣାଇଛନ୍ତି । ତେବେ ଆସନ୍ତା ୨୩ ତାରିଖରେ ଏନେଇ ଅଭିଯୋଗ କଲେ ସମାଧାନ ହୋଇପାରିବ ବୋଲି ମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.