ବାଲେଶ୍ଵର: ଜଙ୍ଗଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ବାଲେଶ୍ଵର ଜିଲ୍ଲା ନିଳଗିରି ଉପଖଣ୍ଡର ଜଣେ +2 ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲ ଭିତରେ ଦେଖିବାକୁ ମିଳିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି।
ସୂଚନା ଅନୁଯାଇ, ଛାତ୍ରୀ ଜଣକ ହେଲେ କେ.ସି.ପୁର ପଞ୍ଚାୟତ ତରତରି ଗ୍ରାମର କାଳନ୍ଦ୍ରୀ ମାରାଣ୍ଡିଙ୍କ ଝିଅ ରଶ୍ମି ମାରାଣ୍ଡି । ଗତ ଜୁନ 15 ତାରିଖରୁ ଝିଅ ନିଖୋଜ ଥିବାନେଇ ବରହମପୁର ଥାନାରେ ଅଭିଯୋଗ ହୋଇଥିଲା। ତେବେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପବନରେ ଜଙ୍ଗଲରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ବାସିନ୍ଦା ଜଙ୍ଗଲକୁ ଯାଇଥିଲେ । ସେଠାରେ ଜଣେ ଝିଅର ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି।
ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ