ବାଲେଶ୍ବର: ସମଗ୍ର ରାଜ୍ୟର ଧଳା ଜହରର ଚେର ଲମ୍ବାଇଥିଲା କିଙ୍ଗପିନ ସେକ୍ ରାଜା । ଚଳିତ ମାସ 16 ତାରିଖରୁ ଗିରଫ ହୋଇ ଜେଲରେ ରହିଛି ରାଜା । କିନ୍ତୁ ଅଧିକ ତଦନ୍ତ ପାଇଁ ଏସଟିଏଫର ଜଣେ ଆଡ଼ିସିନାଲ ଏସପିଙ୍କ ନେତୃତ୍ବରେ ଟିମ ଅଭିଯୁକ୍ତର ଘରେ ଚଢ଼ାଉ କରିଛି ।
ଶନିବାର ଏସଟିଏଫର ପାଞ୍ଚ ଜଣିଆ ଟିମ୍ ବାଲେଶ୍ବର ଗସ୍ତ କରିଥିବାବେଲେ ଆଜି ଚଢାଉ କରିଛି । ରାଜା ଘରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ ତନଖି କରୁଛି ଟିମ୍ ।
ରାଜାର କାରବାର ସହ ଲିଙ୍କ ଥିବା ମାମଲାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲା ବିଭାଗ । ଆଜି ଯାଞ୍ଚ କରିବା ପରେ ଅନେକ ଗୁମର ଫିଟିବା ନେଇ ଆଶା ରଖିଛି ଏସଟିଏଫ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ