ବାଲେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ବାଲେଶ୍ଵରରେ ପହଞ୍ଚିଛନ୍ତି ଏସଆରସି ପ୍ରଦୀପ ଜେନା । ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ହେଲିକେପ୍ଟରରୁ ଓହ୍ଲାଇ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି ଏସଆରସି । ବାତ୍ୟା ୟସ ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ।
ତେବେ ଆଜି(ରବିବାର) ବାଲେଶ୍ବର ଓ ଭଦ୍ରକ ଗସ୍ତରେ ଆସିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ତଥା ଏସଆରସି ପ୍ରଦୀପ ଜେନା । ଉଭୟ ଜିଲ୍ଲାର ବାତ୍ୟାର ସମସ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ । ସମୁଦ୍ରକୂଳିଆ ଲୋକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ତଦାରଖ କରିବେ ପ୍ରଦୀପ । ବିଶେଷ କରି ବାତ୍ୟା ପୂର୍ବର ଓ ପରର 10 ଘଣ୍ଟା ଲାଗି ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେବ ତା'ର ସମୀକ୍ଷା କରିବେ । ଆଜିଠାରୁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଦଳ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯାଇଛନ୍ତି । ତେବେ ଗତକାଲି(ଶନିବାର) ମୁଖ୍ୟମନ୍ତ୍ରୀ ବାତ୍ୟା ମୁକାବିଲା ନେଇ ବୈଠକ ଡାକି ବିଭିନ୍ନ ବିଭାଗକୁ ଦାଇତ୍ୱ ଦେଇଛନ୍ତି । ବାଲେଶ୍ବରରେ ସ୍ଥିତି ସମୀକ୍ଷା ପରେ ଏସଆରସିଙ୍କ ଭଦ୍ରକ ଗସ୍ତ ନେଇ ସୂଚନା ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ