ETV Bharat / state

ଆସନ୍ତା 7ରେ ବାଲେଶ୍ୱର ପାଳିବ ‘କନ୍ୟା ଅନମୋଲ ହେ’

ସମାଜରେ ନାରୀଶିକ୍ଷା, ସମ୍ମାନ ଓ ସୁରକ୍ଷା ସଚେତନତା ପାଇଁ ସାମାଜିକ ଅନୁଷ୍ଠାନ କନ୍ୟା ଅନମୋଲ ହେ ପକ୍ଷରୁ ବାଲେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବାକୁ ଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Sep 1, 2019, 5:19 PM IST

ବାଲେଶ୍ବର: ସାମାଜିକ ଅନୁଷ୍ଠାନ କନ୍ୟା ଅନମୋଲ ହେ ପକ୍ଷରୁ ବାଲେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେବାକୁ ଯାଉଛି । ସମାଜରେ ନାରୀଶିକ୍ଷା, ସମ୍ମାନ ଓ ସୁରକ୍ଷା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ସ୍ଥାନୀୟ ନୋସି ଠାରେ ଆସନ୍ତା 7ତାରିଖରେ ଏହି କାର୍ଯ୍ୟକ୍ରମ ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଗତ 4 ବର୍ଷ ଧରି ଏହି ଅନୁଷ୍ଠାନ ରାଜଧାନୀ ଭୁବନେଶ୍ବରରେ ସକ୍ରିୟ ରହିଛି । ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ସମାଜରେ ଶିଶୁକନ୍ୟାକୁ ନେଇ ଥିବା ସଂକୀର୍ଣ୍ଣ ମନୋଭାବ ଦୁର କରିବା ଲକ୍ଷ୍ୟ ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି ।

ଏଥିସହିତ ଏକ ଆପ ଉନ୍ମୋଚନ ହେବ ବୋଲି ରାଷ୍ଟ୍ରୀୟ ସଂଯୋଜକ ସରୋଜ କୁମାର ଦାସ କହିଛନ୍ତି । ଏହି ଆପ ମାଧ୍ୟମରେ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କ ପାଇଁ ମେଧାବୃତ୍ତିର ଆବେଦନ କରାଯାଇପାରିବ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂଯୋଜିକା ରାଜଲକ୍ଷ୍ମୀ ଚାଟାର୍ଜୀ, ଜିଲ୍ଲା ସଂଯୋଜିକା ଜ୍ୟୋତ୍ସ୍ନା ସେନାପତି, ଆଇଟି ସଂଯୋଜକ ଶୁଭେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ସାମାଜିକ ଅନୁଷ୍ଠାନ କନ୍ୟା ଅନମୋଲ ହେ ପକ୍ଷରୁ ବାଲେଶ୍ୱର ନୋସି ଠାରେ ଆସନ୍ତା 7 ତାରିଖ ଦିନ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Body:ଗତ 4 ବର୍ଷ ଧରି ଭୁବନେଶ୍ୱରରେ ଅନୁଷ୍ଠାନ ବହୁ କାର୍ଯ୍ୟକ୍ରମ ଜରିଆରେ ସଚେତନତା ଓ କନ୍ୟା ମାନଙ୍କ ପାଇଁ ଅନେକ କାର୍ଯ୍ୟ କରିଥିବା ବେଳେ ବାଲେଶ୍ୱରରେ ମଧ୍ୟ ସେହିପରି କାର୍ଯ୍ୟକ୍ରମ ହେବାକୁ ଯାଉଛି। ନାରୀମାନଙ୍କ ପାଇଁ ଶିକ୍ଷା, ସମ୍ମାନ, ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ଆସନ୍ତା 7 ତାରିଖରେ ଏହାର ଅଫିସିଆଲ ଆପ ଉନ୍ମୋଚନ କରିବ ବୋଲି ସୂଚନା ଦିଆଯାଇଥିଲା। ଏହାସହ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କ ପାଇଁ ମେଧାବୃତ୍ତିର ବ୍ୟବସ୍ଥା ରହିଥିବା କୁହାଯାଇଥିଲା।

Conclusion:ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂଯୋଜକ ସରୋଜ କୁମାର ଦାସ, ରାଜ୍ୟ ସଂଯୋଜିକା ରାଜଲକ୍ଷ୍ମୀ ଚାଟାର୍ଜୀ, ଜିଲ୍ଲା ସଂଯୋଜିକା ଜ୍ୟୋତ୍ସ୍ନା ସେନାପତି, ଆଇଟି ସଂଯୋଜକ ଶୁଭେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ- ସରୋଜ କୁମାର ଦାସ(ରାଷ୍ଟ୍ରୀୟ ସଂଯୋଜକ, କନ୍ୟା ଅନମୋଲ ହେ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.