ETV Bharat / state

ଲକଡାଉନରେ ପ୍ରାଣ ହରାଇଲା ପୁଅ, ଶେଷ ଦର୍ଶନ କରିପାରିଲେନି ବାପା-ମାଆ - ବାଲେଶ୍ବର ଖବର

ପୋଖରୀରେ ପଡି ପ୍ରାଣ ହରାଇଛି ପୁଅ । ଆଉ ଲକଡାଉନ ଯୋଗୁଁ ଶେଷ ଦର୍ଶନ ବି କରିପାରିନାହାନ୍ତି ବାପା ଓ ମାଆ । ଅଧିକ ପଢନ୍ତୁ...

ଲକଡାଉନରେ ପ୍ରାଣ ହରାଇଲା ପୁଅ, ଶେଷ ଦର୍ଶନ କରିପାରିଲେନି ବାପା-ମାଆ

author img

By

Published : May 23, 2020, 9:35 PM IST

ବାଲେଶ୍ବର: ଲକଡାଉନ ଯୋଗୁଁ ଲୋକେ ଚାରିଆଡେ ଫସିରହିଥିବାବେଳେ ନିଜ ଲୋକଙ୍କଠାରୁ ଦୂରରେ ରହିଛନ୍ତି ସମସ୍ତେ । ଏପରି ସମୟରେ ଆପଣା ଲୋକର ମୃତ୍ୟୁ ଦେଇଥାଏ ଅନେକ ଦୁଃଖ । ହେଲେ ପ୍ରାଣ ହରାଇଥିବା ବ୍ୟକ୍ତିଟି ଯଦି ପୁଅ ହୋଇଥାଏ ତେବେ ବାପା ଓ ମାଆଙ୍କ ହୃଦୟ ଭାଙ୍ଗିଯାଇଥାଏ ।

ଲକଡାଉନରେ ପ୍ରାଣ ହରାଇଲା ପୁଅ, ଶେଷ ଦର୍ଶନ କରିପାରିଲେନି ବାପା-ମାଆ

ଏପରି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ବରର ଖଇରା ବ୍ଲକ ଚନ୍ଦରାଟିକରି ଗ୍ରାମରେ । ଯେଉଁଠି ପୋଖରୀରେ ବୁଡି ପ୍ରାଣ ହରାଇଛି ପୁଅ । ଆଉ ଲକଡାଉନ ଯୋଗୁଁ ଶେଷ ଦର୍ଶନ ବି କରିପାରିନାହାନ୍ତି ବାପା ଓ ମାଆ । ସୂଚନା ଅନୁସାରେ ଗ୍ରାମର ପ୍ରତାପ ମହାନ୍ତି ଓ ତାଙ୍କ ସ୍ତ୍ରୀ ମୁମ୍ବାଇରେ ରୁହନ୍ତି । ନିଜ 8 ବର୍ଷର ପୁଅକୁ ମାମୁଁ ଘର ଡିମିରିଚୁଆ ଅଞ୍ଚଳରେ ପଢିବା ପାଇଁ ଛାଡି ଯାଇଥିଲେ ।

ମାମୁଁ ଘରେ ଥିବାବେଳେ ପୁଅଟି ଅସାବଧାନତାବଶତଃ ପୋଖରୀରେ ପଡିଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ପୁଅଟିକୁ ପାଣିରୁ ଉଦ୍ଧାର କରି ଖଇରା ମେଡିକାଲ ନେଇଥିଲେ ମାମୁଁ ଘର । ହେଲେ ସେଠାରେ ଡାକ୍ତର ପୁଅଟିକୁ ମୃତ ଘୋଷଣା କରିଥିଲେ । କୋରୋନା ପାଇଁ ଲକଡାଉନ ଯୋଗୁଁ ମୁମ୍ବାଇରୁ ବାପା-ମାଆ ପୁଅକୁ ଶେଷଥର ପାଇଁ ଦେଖିବାର ସୁଯୋଗ ହରାଇ ଅସହାୟ ହୋଇପଡିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.