ETV Bharat / state

ମା’ ପାଇଁ ପୁଅ ସାଜିଲା ହତ୍ୟାକାରୀ

author img

By

Published : Aug 11, 2019, 4:45 PM IST

ଜାମୁଡିହା ପଞ୍ଚାୟତ କେସୁରା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡିଥିବା ବାଲେଶ୍ୱର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ମାରଣାସ୍ତ୍ରକୁ ଏକ ପୋଖରୀରୁ ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ନୀଳଗିରି ଥାନା ଅଧିନ ଜାମୁଡିହା ପଞ୍ଚାୟତ କେସୁରା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଏନେଇ ବାଲେଶ୍ୱର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାରୀ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଶୁକ୍ରବାର ମଧ୍ୟ ରାତ୍ରରେ ମୃତକଙ୍କ ଘରେ ପସି ଧାରୁଆ ଅସ୍ତ୍ରରେ ହାଣିବା ସହ ଗୁପ୍ତାଙ୍ଗ କାଟିଥିଲା ଦୁବୃର୍ତ୍ତ । ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ନିରଞ୍ଜନ ରାଉତଙ୍କ ପୁଅ ଗୌରୀ ଶଙ୍କର ରାଉତ ବୋଲି ଜଣା ପଡିଛି । ମୃତକ ବିଜୟ କୁମାର ସିଂହଙ୍କ ଗୌରୀ ଶଙ୍କରର ମା’ଙ୍କ ସହିତ ଅବୈଧ ସମ୍ପର୍କ ଥିବା ସେ ସନ୍ଦେହ କରି ହତ୍ୟାକାଣ୍ଡ ଘଟାଇ ଥିଲା । ଶୁକ୍ରବାର ରାତିରେ ମା’ ଘରେ ନଥିବା ଦେଖିବାକୁ ପାଇ ସନ୍ଦେହରେ ସେ ବିଜୟ ଶଙ୍କରଙ୍କ ଘରକୁ ଯାଇଥିଲା । ପରେ ମା’ ବିଜୟଙ୍କ ଘରୁ ବାହାରି ଥିବାର ଦେଖି ଗୌରୀ ବିଚଳିତ ହୋଇ ପଡିଥିଲେ । ମାନସିକ ଭାରସାମ୍ୟ ହରାଇ ଏକ ଭୁଜାଲି ଓ କଟୁରିରେ ତାଙ୍କ ଘର ପଛ ଦେଇ ଯାଇ ବିଜୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଏପରିକି ରାଗରେ ବିଜୟଙ୍କ ଗୁପ୍ତାଙ୍ଗକୁ ମଧ୍ୟ କାଟିଦେଇଥିଲେ ଗୌରୀ ।

ସନ୍ଦେହରେ ପୋଲିସ ଗୌରୀଶଙ୍କରଙ୍କୁ ଅଟକ ରଖିବାପରେ ଶନିବାର ସେ ସମସ୍ତ ଘଟଣା ସ୍ୱୀକାର କରିଥିଲା । ରବିବାର ପୋଲିସ ଘଟଣା ସ୍ଥଳକୁ ଯାଇ ମାରଣାସ୍ତ୍ରକୁ ଏକ ପୋଖରୀରୁ ଉଦ୍ଧାର କରିଛି । ଏନେଇ ଗୌରୀଶଙ୍କର ଅନୁତପ୍ତ ନଥିବା କହିଛି । ଏଭଳି ଘଟଣାକୁ ନେଇ ବାଲେଶ୍ଵର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ଘଟଣାର ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଧରାପଡିଥିବା କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଜାମୁଡିହା ପଞ୍ଚାୟତ କେସୁରା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧରାପଡିଛି। ଏନେଇ ବାଲେଶ୍ୱର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାରୀ ସମ୍ପର୍କରେ ସୂଚନା ଦେଇଛନ୍ତି।

ଶୁକ୍ରବାର ମଧ୍ୟ ରାତ୍ରରେ ଘରେ ପଶି ଧାରୁଆ ଅସ୍ତ୍ରରେ ହାଣିବା ସହ ଗୁପ୍ତାଙ୍ଗ କାଟିଥିଲା ଦୁର୍ବୁର୍ତ୍ତ। ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ନିରଞ୍ଜନ ରାଉତ ଙ୍କ ପୁଅ ଗୌରୀ ଶଙ୍କର ରାଉତ । ମୃତକ ବିଜୟ କୁମାର ସିଂହ ଙ୍କର ଗୌରୀ ଶଙ୍କର ଙ୍କର ମା ସହିତ ଅବୈଧ ସମ୍ପର୍କ ଥିବା ଗୌରୀଶଙ୍କର ସନ୍ଦେହ କରି ହତ୍ୟାକାଣ୍ଡ ଭିଆଇଥିଲା। ଶୁକ୍ରବାର ରାତ୍ରିରେ ଗୌରୀଶଙ୍କରଙ୍କ ମା ଘରେ ନଥିବା ଦେଖିବାକୁ ପାଇଥିବା ବେଳେ ସନ୍ଦେହରେ ସେ ବିଜୟ ଶଙ୍କର ଘରକୁ ଯାଇଥିଲା।ପରେ ତାଙ୍କ ମା ତାଙ୍କ ଘରୁ ବାହାରି ଥିବାର ସେ ଦେଖି ବିଚଳିତ ହୋଇପଡିଥିଲେ। ମାନସିକ ଭାରସାମ୍ୟ ହରାଇ ଏକ ଭୁଜାଲି ଓ କଟୁରି ରେ ତାଙ୍କ ଘରପଛ ଦେଇ ଯାଇ ବିଜୟ କୁ ଅତର୍କିତ ଆକ୍ରମଣ କରିଥିଲେ।ଏପରି କି ରାଗରେ ତାଙ୍କର ଗୁପ୍ତାଙ୍ଗ କୁ କାଟିଦେଇଥିଲେ। ଏପରିକି ତାଙ୍କର ପାପୁଲି ମଧ୍ୟ କଟି ଯାଇଥିଲା। ସନ୍ଦେହରେ ପୋଲିସ ଗୌରୀଶଙ୍କରଙ୍କୁ ଅଟକର ଖିବାପରେ ଗତକାଲି ଅଭିଯୁକ୍ତ ସମସ୍ତ ଘଟଣା ସ୍ୱୀକାର କରିଥିଲା। ଆଜି ଘଟଣା ସ୍ଥଳକୁ ଯାଇ ସେ କିପରି ମାରିଲା ଜଣାଇବା ସହ ମାରଣାସ୍ତ୍ର କୁ ଏକ ଗାଡ଼ିଆରୁ ଉଦ୍ଧାର କରିଛି। ଏନେଇ ସେ ଅନୁତପ୍ତ ନଥିବା କହିଛି। ଆଜି ଏଭଳି ଘଟଣା କୁ ନେଇ ବାଲେଶ୍ଵର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ଘଟଣାର ୨୪ ଘଣ୍ଟା ଭିତରେ ଧରାପଡିଥିବା କହିଥିଲେ। ତେବେ ମା ପାଇଁ ଜଣେ ପୁଅ ହତ୍ୟାକାରୀ ସାଜିଥିବା ଚର୍ଚ୍ଚା ହେଉଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.