ETV Bharat / state

ଏଣେତେଣେ ବୁଲୁଛନ୍ତି ଅସହାୟ ବୃଦ୍ଧ: ମିଳୁନି ଠିକଣା, ଚିକିତ୍ସା ଦାୟିତ୍ବ ନେଲେ ସମାଜସେବୀ - helpless old man in balasore

ଏକୁଟିଆ ହୋଇ ଏଣେତେଣେ ଅସହାୟ ଅବସ୍ଥାରେ ପଡି ରହୁଥିବା ବୃଦ୍ଧଙ୍କ ଚିକିତ୍ସା ଦାୟିତ୍ବ ନେଇଛନ୍ତି ଜଣେ ସମାଜସେବୀ। ହେଲେ ତାଙ୍କ ସମ୍ପର୍କୀୟ କି ନିଜ ଲୋକ କେହି ବି ଏପର୍ଯ୍ୟନ୍ତ ଦେଖିବା ପାଇଁ ଆସିନାହାନ୍ତି। ଅଧିକ ପଢନ୍ତୁ

social worker rescued a helpless old man
ଏଣେତେଣେ ବୁଲୁଛନ୍ତି ଅସହାୟ ବୃଦ୍ଧ
author img

By ETV Bharat Odisha Team

Published : Sep 11, 2023, 9:40 PM IST

ଏଣେତେଣେ ବୁଲୁଛନ୍ତି ଅସହାୟ ବୃଦ୍ଧ

ବାଲେଶ୍ବର: ବୟସର ଅପରାହ୍ନରେ ଅଲୋଡ଼ା ସାଜିଛନ୍ତି ବୃଦ୍ଧ। ଏମିତି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ବୁଢ଼ାଗଡ଼ିଆ ବଜାରଠାରେ। ପରିଣତ ବୟସରେ ମଧ୍ୟ ସେ ଏକୁଟିଆ ହୋଇ ଏଣେତେଣେ ଅସହାୟ ଅବସ୍ଥାରେ ପଡି ରହୁଥିଲେ। ତେବେ ଜନପ୍ରତିନିଧିଙ୍କ ସହାୟତାରେ ସେ ମେଡିକାଲରେ ଚିକିତ୍ସିତ ହେବାର ସୁଯୋଗ ପାଇଛନ୍ତି ସତ, ହେଲେ ତାଙ୍କ ସମ୍ପର୍କୀୟ କି ନିଜ ଲୋକ କେହି ବି ଦେଖିବା ପାଇଁ ଆସିନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ଗୋବିନ୍ଦପୁର ପଞ୍ଚାୟତ ବୁଢ଼ାଗଡ଼ିଆ ତଥା ଆଖପାଖ ଗ୍ରାମରେ ଚିନ୍ତାମଣି ପାତ୍ର ନାମକ ଜଣେ ବୃଦ୍ଧ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ବୟସ ଧୀରେ ଧୀରେ ବଢିବା ପରେ ସେ ଗାଁ ଗାଁ ବୁଲି ଆଉ ଭିକ୍ଷାବୃତ୍ତି କରି ନପାରି ଶେଷରେ ଅସୁସ୍ଥ ହୋଇପଡିଲେ। ତାଙ୍କର ପରିବାରରେ କିଏ କିଏ ଅଛନ୍ତି ଓ କେଉଁଠି ଅଛନ୍ତି ସେନେଇ ବୃଦ୍ଧ ଜଣଙ୍କ ସଠିକ ଭାବେ କିଛି କହି ପାରୁ ନାହାନ୍ତି। ତେବେ ବୁଢ଼ାଗଡ଼ିଆ ବଜାର ନିକଟରେ ଥିବା ଏକ ଗଛ ମୂଳରେ ଅସୁସ୍ଥ ଅବସ୍ଥାରେ ପଡ଼ି ରହିଥିବାବେଳେ ତାଙ୍କୁ ଉଦ୍ଧାର କରିଛନ୍ତି ସମାଜସେବୀ ଓ ଜନପ୍ରତିନିଧି।

ଗୋବିନ୍ଦପୁର ପଞ୍ଚାୟତର ସମିତିସଭ୍ୟ ପ୍ରତିନିଧି ତଥା ସମାଜସେବୀ ଅନନ୍ତ ପ୍ରସାଦ ବାରିକ ଏବଂ ଯୁବ ସମାଜସେବୀ ନରହରି ମହାକୁଡ଼ ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ଖାଦ୍ୟ ପେୟ ଯୋଗାଇ ଦେଇଥିଲେ। ଏହାସହ ତାଙ୍କୁ ଏକ ବୃଦ୍ଧାଶ୍ରମରେ ସ୍ଥାୟୀ ଭାବେ ରଖିବା ନେଇ ଆଲୋଚନା କରିଥିଲେ। ଅନନ୍ତ ସମ୍ପୃକ୍ତ ବୃଦ୍ଧଙ୍କୁ ନେଇ ତାଙ୍କ ଘରେ ରଖିବା ସହ ତାଙ୍କର ଖାଦ୍ୟ ପେୟ କଥା ବୁଝିଥିଲେ। 3 ଦିନ ଧରି ଅନନ୍ତ ଓ ତାଙ୍କ ପରିବାର ସେବା କରିବା ପରେ ବି ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ହଠାତ ବୃଦ୍ଧ ଜଣଙ୍କ ଆହୁରି ଅସୁସ୍ଥ ହୋଇ ପଡ଼ିଥିଲେ।

ଏହା ବି ପଢନ୍ତୁ...୨ ଅସହାୟ ପରିବାରର କରୁଣ କାହାଣୀ, ସହାୟତା ପାଇଁ ଗୁହାରି

ଏହା ଦେଖି ଅନନ୍ତ ନିଜସ୍ୱ ଖର୍ଚ୍ଚରେ ବୃଦ୍ଧଙ୍କୁ ନେଇ ଖଇରା ମେଡିକାଲରେ ଭର୍ତ୍ତି କରି ସେଠାରେ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ। ପରେ ବୃଦ୍ଧଙ୍କର ପରିବାରଲୋକ କିମ୍ବା ସମ୍ପର୍କୀୟଙ୍କ ପତ୍ତା ମିଳିନଥିବାରୁ ଅନନ୍ତ ଏନେଇ ଖଇରା ଥାନାରେ ଲିଖିତ ଭାବେ ବୃଦ୍ଧଙ୍କ ବାବଦରେ ଅବଗତ କରାଇଛନ୍ତି। ବୃଦ୍ଧଙ୍କୁ ମେଡିକାଲରେ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ତଥାପି ତାଙ୍କର ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗୁଡୁଥିବା ଜଣାପଡିଛି। ତେବେ ଅନନ୍ତ ତାଙ୍କର ସମସ୍ତ ଚିକିତ୍ସା ସୁବିଧା କଥା ନିଜେ ବୁଝିବେ ବୋଲି କହିଛନ୍ତି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.