ETV Bharat / state

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟସେବା, ମୁହଁରେ କଳାପଟି ବାନ୍ଧି ନିରବ ପ୍ରତିବାଦ

author img

By

Published : Feb 25, 2023, 10:54 PM IST

ବାଲେଶ୍ବରରେ ଡାକ୍ତର ଅଭାବ ଓ ସ୍ବାସ୍ଥ୍ୟସେବା ସମସ୍ୟାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିରବ ପ୍ରତିବାଦ । ମୁହଁରେ କଳାପଟି ବାନ୍ଧି ନିରବ ପ୍ରତିବାଦ କଲା ବାଲେଶ୍ଵର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢ଼ନ୍ତୁ

ମୁହଁରେ କଳାପଟି ବାନ୍ଧି ନିରବ ପ୍ରତିବାଦ
ମୁହଁରେ କଳାପଟି ବାନ୍ଧି ନିରବ ପ୍ରତିବାଦ
ବାଲେଶ୍ବରରେ ଡାକ୍ତର ଅଭାବ ଓ ସ୍ବାସ୍ଥ୍ୟସେବା ସମସ୍ୟା, କଳାପଟି ବାନ୍ଧି ନିରବ ପ୍ରତିବାଦ

ବାଲେଶ୍ଵର : ବାଲେଶ୍ବରରେ ସ୍ବାସ୍ଥ୍ଯ ସମସ୍ୟାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୀରବ ପ୍ରତିବାଦ । ମୁହଁରେ କଳାପଟି ବାନ୍ଧି ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ କରାଛନ୍ତି କର୍ମକର୍ତ୍ତା । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ମେଡିକାଲରେ ଥିବା ଡାକ୍ତର ଅଭାବ ଓ ସ୍ବାସ୍ଥ୍ୟସେବା ସମସ୍ୟାକୁ ନେଇ ବାଲେଶ୍ଵର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପ୍ରତିବାଦ କରାଯାଇଛି ।

ପ୍ରଥମତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ଅଭିଜ୍ଞ ଡାକ୍ତରମାନେ ଆସୁଛନ୍ତି ସେମାନେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ପୁଣି ଏଠାରୁ ଅନ୍ୟତ୍ର ଚାଲି ଯାଉଛନ୍ତି। ଏମିତି କି ଯେଉଁ ରୋଗର ଏଠାରେ ଚିକିତ୍ସା ହୋଇ ପାରିବ ତାହା ସଠିକ ଭାବେ ଚିକିତ୍ସା ନ କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରି ଦିଆଯାଉଥିବା ଅଭିଯୋଗ ହୋଇଛି। ବାଲେଶ୍ଵର ଜିଲ୍ଲାବାସୀଙ୍କୁ ଉନ୍ନତ ଓ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ କ୍ରିୟାନୁଷ୍ଠାନ କମିଟି ଗତ ୨୦୦୫ ମସିହାରୁ ବାହୁବାର ଆନ୍ଦୋଳନ କରି ମେଡିକାଲ କଲେଜ ପ୍ରତିଷ୍ଠା କରିବାରେ ସହାୟକ ହୋଇଥିଲା।

ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି । କିନ୍ତୁ ମେଡିକାଲ୍ କଲେଜ୍‌ର ହସପିଟାଲରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆନଯିବାରୁ ରୋଗୀମାନେ ନାନା ଅସୁବିଧା ଭୋଗୁଛନ୍ତି। ବିଶେଷକରି ହୃଦରୋଗ, ସ୍ନାୟୁରୋଗ, ମୁତ୍ରାଶୟ ଜନିତ ରୋଗ ଭଳି ଗୁରୁତର ରୋଗର ଚିକିତ୍ସା ପାଇଁ ପ୍ରତିଦିନ ବାଲେଶ୍ଵରରୁ ରୋଗୀମାନଙ୍କୁ କଟକ, ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଉଛି। ସେହିପରି ମେଡିକାଲ୍ କଲେଜ୍ ହସପିଟାଲ୍ ସମେତ ଜିଲ୍ଲାର ବହୁ ସରକାରୀ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀରେ ନିଯୁକ୍ତି ଦିଆଯାଉନାହିଁ।

ଯାହାଦ୍ୱାରା ସେସବୁ ମେଡିକାଲ ଗୁଡିକରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଖାଲି ସେତିକି ନୁହେଁ ବାଲେଶ୍ଵରରେ ଏମ୍ସରେ ସେଟ୍‌ଲାଇଟ୍‌ ସେଣ୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ନହୋଇ ସପ୍ତାହରେ ମାତ୍ର ଦୁଇଦିନ ଆଉଟ ଡୋରରେ ରୋଗୀମାନଙ୍କୁ ଚିକିତ୍ସା ଚିଠା ଦିଆଯାଉଛି। ସେଠାରେ ରୋଗର ନିଦାନ ନିରୂପଣ ପାଇଁ କୌଣସି ଯନ୍ତ୍ରପାତି ନାହିଁ। ଏହାସହ ବାଲେଶ୍ଵରରେ ୨୦୧୮ ମସିହାରୁ ମଞ୍ଜୁରୀ ପ୍ରାପ୍ତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଏଯାବତ ଆରମ୍ଭ ହୋଇପାରିଲା ନାହିଁ। ସେହିପରି ନର୍ସିଂ କଲେଜ୍ ଓ ଫାର୍ମାସିଷ୍ଟ କଲେଜ ନିର୍ମାଣ କାର୍ଯ୍ୟ ଫାଇଲ୍‌ରେ ବନ୍ଧା ପଡିଥିବା ଅଭିଯୋଗ କରିଛି କ୍ରିୟାନୁଷ୍ଠାନ କମିଟି ।

ଆୟୁର୍ବେଦିକ୍ କଲେଜ୍ ଓ ଔଷଧୀୟ ଉଦ୍ୟାନ ପ୍ରତିଷ୍ଠା ଦାବି ଜମାବି ବିଚାରକୁ ନିଆଯାଉନାହିଁ। ଏସବୁ ସ୍ଵାସ୍ଥ୍ୟସେବା ସମସ୍ୟାର ପ୍ରତିକାର ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାର, ବିଭାଗୀୟ ଉଚ୍ଚ ଅଧିକାରୀ, ଜିଲ୍ଲା ପ୍ରଶାସନଙ୍କ ସମେତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ବହୁବାର ଆବେଦନ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ଦାବି ପୂରଣ ହୋଇପାରି ନାହିଁ।

ସେହିପରି ଗତ ନଭେମ୍ବର ମାସରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ପରିକ୍ରମା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ମାତ୍ର ଏ ଦିଗ ଉପରେ କୌଣସି ସୁଫଳ ମିଳି ପାରିଲାନାହିଁ। ଏଥିପାଇଁ ଦାବି ସମୂହକୁ ନେଇ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାରେ ଥିବା ସରକାରୀ ହସପିଟାଲ୍‌ ଗୁଡ଼ିକ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁହଁରେ କଳାକନା ବାନ୍ଧି ନିରବ ପ୍ରତିବାଦ କରାଯାଇଛି।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.