ETV Bharat / state

ମାତିଛନ୍ତି ଲୁଟେରା: ପ୍ରଥମେ ଗହଣା ଦୋକାନ ପରେ ଏଟିଏମ - SERIES LOOT

ଗୋଟିଏ ରାତିରେ ବାଲେଶ୍ବର ଜିଲ୍ଲାରେ ସିରିଜ ଲୁଟ । ପ୍ରଥମେ ଗହଣା ଦୋକାନ ଓ ପରେ ଏଟିଏମରେ କଳାକନା ବୁଲେଇବାକୁ ଲୁଟେରାଙ୍କ ଉଦ୍ୟମ । କିନ୍ତୁ ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ସିଣ୍ଡିକେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଚୋର।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Jul 28, 2019, 2:14 PM IST

ବାଲେଶ୍ବର: ମାତିଛନ୍ତି ଲୁଟେରା । ଗୋଟିଏ ରାତିରେ ଜିଲ୍ଲାରେ ସିରିଜ ଲୁଟ । ପ୍ରଥମେ ଗହଣା ଦୋକାନ ଓ ପରେ ଏଟିଏମରେ କଳାକନା ବୁଲେଇବାକୁ ଲୁଟେରାଙ୍କ ଉଦ୍ୟମ । ତେବେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ସିଣ୍ଡିକେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଚୋର । ସୂଚନା ଅନୁସାରେ, ହଳଦୀପାଳ ବଜାରରେ ଥିବା ସଞ୍ଜନା ଗହଣା ଦୋକାନର ଗ୍ରୀଲ କାଟି ଗତକାଲି ବିଳମ୍ବିତ ରାତିରେ ଚୋରମାନେ ସୁନା ଗହଣା ଲୁଟି ନେଇଛନ୍ତି । ଦୋକାନୀଙ୍କ ଅଭିଯୋଗ ମୂଳେ 1କେଜିରୁ ଊର୍ଦ୍ଧ୍ବ ରୂପା ଓ 5ଶହ ଗ୍ରାମ ସୁନା ଲୁଟ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ସେହିପରି ଦୋକାନ ପାଖକୁ ଲାଗିଥିବା ଫେଡେରାଲ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ଚୋରମାନେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଏକ ଗ୍ୟାସ କଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ବାଲେଶ୍ବର ଜିଲ୍ଲାରେ ଲଗାତର ଭାବେ ଗତ କିଛିଦିନ ହେବ ବଢି ଚାଲିଥିବା ଅପରାଧ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଳଦୀପାଳ ବଜାରରେ ସିରିଜ ଲୁଟ ଉଦ୍ୟମ ଅଳଙ୍କାର ଦୋକାନ ଓ ଏଟିଏମ ଲୁଟ ଉଦ୍ୟମ । ବଜାରରେ ଥିବା ସିଣ୍ଡିକେଟ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ବିଫଳ ହେଲେ ଚୋର। ଗହଣା ଦୋକାନରେ କଳା କନା ବୁଲାଇବାପରେ ଏଟିଏମ ଲୁଟ ଉଦ୍ୟମ କରି ବିଫଳ ହେଲେ ଚୋର।

ସୂଚନା ଅନୁସାରେ, ହଳଦୀପାଳ ବଜାରରେ ଥିବା ସଞ୍ଜନା ଗହଣା ଦୋକାନର ଗ୍ରୀଲ କାଟି ଗତକାଲି ବିଳମ୍ବିତ ରାତିରେ ଚୋରମାନେ ସୁନା ଗହଣା ଲୁଟି ନେଇଛନ୍ତି। ଦୋକାନୀଙ୍କ ଅଭିଯୋଗ ମୁଳେ 1କେଜିରୁ ଉର୍ଦ୍ଧ୍ୱ ରୁପା ଓ 5ଶହ ଗ୍ରାମ ସୁନା ଲୁଟ ହୋଇଥିବା ଜଣାପଡିଛି। ସେହିପରି ଦୋକାନ ପାଖକୁ ଲାଗିଥିବା ଫେଡେରାଲ ବ୍ୟାଙ୍କ ଏଟିଏମ ଲୁଟ ଉଦ୍ୟମ କରି ଚୋରମାନେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଏକ ଗ୍ୟାସ କଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ବାଲେଶ୍ୱର ଜିଲ୍ଲାରେ ଲଗାତର ଭାବେ ଗତ କିଛିଦିନ ହେବ ବଢି ଚାଲିଥିବା ଅପରାଧ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ପୋଲିସ ପ୍ରଶାସନ ରୋକିବାରେ ବିଫଳ ହୋଇଛି ବୋଲି ଚର୍ଚ୍ଚା ହେଉଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.