ETV Bharat / state

ତାମୂଳିଆ ଓଭରବ୍ରିଜରେ ସିରିଜ ଦୁର୍ଘଟଣାରେ ଜଳିଗଲା ବାଇକ, ଦୁଇ ଗୁରୁତର - Two people were seriously injured in the crash on the overbridge

ବାଲେଶ୍ଵର ତାମୂଳିଆ ଓଭରବ୍ରିଜର ଶେଷ ପାଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଗୋଟିଏ ଟ୍ରକ, ଗୋଟିଏ କାର ଭାଙ୍ଗି ଯାଇଥିବା ବେଳେ ଏକ ବାଇକ ଜଳିଯାଇଛି । ବାଇକ ଆରୋହି ଓ ପଛରେ ବସିଥିବା ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Two people were seriously injured in the crash on the overbridge
ଓଭର ବ୍ରିଜରେ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ
author img

By

Published : Sep 11, 2020, 7:12 PM IST

ବାଲେଶ୍ଵର: ବାଲେଶ୍ଵର ତାମୂଳିଆ ଓଭରବ୍ରିଜର ଶେଷ ପାଖରେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଗୋଟିଏ ଟ୍ରକ, ଗୋଟିଏ କାର ଭାଙ୍ଗି ଯାଇଥିବା ବେଳେ ଏକ ବାଇକ ଜଳିଯାଇଛି । ବାଇକ ଆରୋହି ଓ ପଛରେ ବସିଥିବା ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଓଭର ବ୍ରିଜରେ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ

ଘଟଣା ଅନୁସାରେ, କୁରୁଡ଼ା ପଟୁ ଏକ ଡମ୍ପର ଦ୍ରୁତ ଗତିରେ ବାଲେଶ୍ଵର ଆଡକୁ ଯାଉଥିଲା । ଓଭର ବ୍ରିଜ ଉପରକୁ ଉଠିବା ବେଳେ ଡମ୍ପରଟି ଏକ କାରକୁ ଧକ୍କା ଦେଇ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ପଛରେ ବାଇକରେ ଆସୁଥିବା ଦୁଇଜଣ ବ୍ୟକ୍ତି ବାଇକ ସହ ଟ୍ରକ ତଳେ ପଶି ଯାଇଥିଲେ । ସେହିଠାରେ ହିଁ ବାଇକଟି ଜଳି ଯାଇଥିଲା ।

ବାଇକରେ ଥିବା ଦୁଇଜଣ ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଡମ୍ପର ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.