ବାଲେଶ୍ବର : ଅଳିଆ ଆବର୍ଜନାରୁ ଆତ୍ମନିର୍ଭରଶୀଳ । ରୋଜଗାରକ୍ଷମ ହେଲେ ମହିଳା। ବର୍ଜ୍ୟବସ୍ତୁରୁ ମାସକୁ ଆୟ କରୁଛନ୍ତି 5 ହଜାର ଟଙ୍କା । ବାଲେଶ୍ବରରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ମହିଳାମାନଙ୍କୁ ନିଯୁକ୍ତ କରାଯାଇଥିବାବେଳେ ସେମାନଙ୍କୁ ଆତ୍ମନିର୍ଭର ହେବାର ସୁଯୋଗ ଦେଇଛି ।
ବାଲେଶ୍ବର ସହରକୁ ସ୍ବଚ୍ଛ ରଖିବାକୁ ପୌର ପାଳିକା ପକ୍ଷରୁ ସ୍ବଚ୍ଛତା ପ୍ରକ୍ରିୟା ଆରମ୍ଭ ହୋଇଛି । ସହରର 6 ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର କାର୍ଯ୍ୟକ୍ଷମ ହେବ । ଏଥିପାଇଁ ସହରର ଗୋପାଳଗାଁ, ଚୁନଭାଟି, ସୁନହଟ, ଦିଘିରହଣିଆ ଓ ପୁରୁଣା ବାଲେଶ୍ବରରେ ହୋଇଛି ପ୍ରୋସେସିଂ ୟୁନିଟ । ଏହି କାର୍ଯ୍ୟ ପାଇଁ 43 ଜଣ ସ୍ବେଚ୍ଛାସାଥୀ, 6ଟି ପ୍ଲାଣ୍ଟ ପାଇଁ 6ଟି ସ୍ବଂୟ ସହାୟିକା ଗୋଷ୍ଠୀର ପ୍ରାୟ 60 ଜଣ ମହିଳା, 9 ଜଣ ସୁପର ଭାଇଜର ନିଯୁକ୍ତି ପାଇଛନ୍ତି । ତେବେ ଚାନ୍ଦମାରୀ ପଡିଆ ଅଞ୍ଚଳରେ ଥିବା ସେଣ୍ଟରଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ବର୍ତ୍ତମାନ 10 ଜଣ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି ।
ପ୍ରତିଦିନ ସକାଳ ହେବା ମାତ୍ରେ ସ୍ବେଚ୍ଛାସାଥୀ ହୁଇସିଲ ମାରି ବ୍ୟାଟେରୀ ଚାଳିତ ଗାଡି ଆସି ନେଇ ଯାଏ ଅଳିଆ। ଆଉ ଏସବୁ ଆବର୍ଜନାକୁ ଏହି ସେଣ୍ଟରରେ କମ୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଏ । ମେଟେରିଆଲ ରିକଭରି ଫେସିଲିଟି ଦ୍ବାରା ମଧ୍ୟ ବିଭିନ୍ନ ଧାତୁ ଯେମିତି କାଚ, ପ୍ଲାଷ୍ଟିକ ଆଦିକୁ ଅଲଗା କରି ଏକ ମେସନ ସହାୟତାରେ ପୃଥକୀକରଣ କର ଖତ ପ୍ରସ୍ତୁତ କରାଯାଇଥାଏ ।
ବାଲେଶ୍ଵର ସହରର 31ଟି ୱାର୍ଡର ଲୋକସଂଖ୍ୟା ଅନୁସାରେ ପ୍ରାୟ 56 ଟନ ଦୈନିକ ଅଳିଆ ବାହାରି ଥାଏ। ଯାହା ପରିବେଶକୁ ପ୍ରଦୂଷଣ କରିଥାଏ। ଏହି ପ୍ରକ୍ରିୟାରେ ସହରରୁ ବର୍ଜ୍ୟବସ୍ତୁ ସଫା ହେବା ସହ ମହିଳାମାନେ ଆତ୍ମନିର୍ଭର ହୋଇପାରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ