ବାଲେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ। ସଧବା ନାରୀମାନେ ସ୍ବାମୀଙ୍କ ପାଇଁ ଆଜି ଏ ବ୍ରତ ପାଳନ କରନ୍ତି। ପ୍ରତିଟି ସଧବା ନାରୀଙ୍କ ପାଇଁ ଏହି ଦିନଟି ଭାରି ଗୁରୁତ୍ବପୂର୍ଣ୍ଣ ଥାଏ। ସତ୍ୟବାନଙ୍କ ପାଇଁ ସାବିତ୍ରୀ ଯେଉଁଠି ଥିଲେ ମଧ୍ୟ ପୂଜା କରିବା ପାଇଁ କୁଣ୍ଠାବୋଧ ପ୍ରକାଶ କରେନି। ପ୍ରତିକୂଳ ପରିବେଶରେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଜଣେ ମହିଳା। କରୋନା ମହାମାରୀ ମଧ୍ୟ ସାବିତ୍ରୀ ବ୍ରତ ପାଇଁ ସାଜି ପାରିନି ପ୍ରତିବନ୍ଧକ।
ବର୍ତ୍ତମାନ କୋରୋନା ପରିସ୍ଥିତିରେ ଯେଉଁ ମହିଳାମାନେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି ସେମାନଙ୍କ ପାଇଁ ସାବିତ୍ରୀ ବ୍ରତ ଫିକା ପଡି ଯାଉଥିବା ଲକ୍ଷ୍ୟ କରାଯାଉଛି। ହେଲେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ପଞ୍ଚାୟତର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ମହିଳା ସ୍ବାମୀଙ୍କ ପାଇଁ କରିଛନ୍ତି ସାବିତ୍ରୀ ବ୍ରତ। ବ୍ରତ ପାଳିବା ପାଇଁ ସରପଞ୍ଚ ମହିଳାଙ୍କୁ ଫଳମୂଳ ସହ ଶାଢ଼ୀ ଯୋଗାଇ ଦେଇଛନ୍ତି। ଜଣେ ମହିଳାଙ୍କ ପାଇଁ ଏହି ବ୍ରତର ପ୍ରାଧାନ୍ୟ ଅଧିକ ଥିବାରୁ ସରପଞ୍ଚ ଏଥିପାଇଁ ତାଙ୍କୁ ସହଯୋଗ କରି ଅନେକ ଖୁସି ଥିବା କହିଛନ୍ତି। ତେବେ ଏମିତି ଏକ ଦୃଶ୍ୟ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ