ETV Bharat / state

ଲକଡାଉନରେ ବଞ୍ଚିବାର ରାହା ଖୋଜୁଛନ୍ତି ଶାଳପତ୍ର କାରିଗର

ବାଲେଶ୍ଵରର ଔପଦା ବ୍ଲକ ଗଡ଼ସାହି ଅଞ୍ଚଳରେ ପ୍ରାୟ 500 ଆଦିବାସୀ ପରିବାର ଏବେ ବେରୋଜଗାର ହୋଇ ବସିଛନ୍ତି । କାରଣ ଏମାନଙ୍କ ଜୀବନ ଜୀବିକା ସାଜିଥିବା ଶାଳପତ୍ର ତିଆରି ଖଲି ପତ୍ର ବିକ୍ରି ଏବେ ଲକଡାଉନ ପାଇଁ ବନ୍ଦ ପଡିଛି । ଅଧିକ ପଢନ୍ତୁ...

author img

By

Published : Apr 21, 2020, 5:27 PM IST

Updated : Apr 21, 2020, 6:33 PM IST

sal-leave-plate-workers-faceing-problem-in-lockdown
ଲକଡାଉନରେ ବଞ୍ଚିବାର ରାହା ଖୋଜୁଛନ୍ତି ଶାଳପତ୍ର କାରିଗର

ବାଲେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଲକଡାଉନ । ସ୍କୁଲ କଲେଜଠାରୁ ଛୋଟ ବଡ ଶିଳ୍ପ ଉପରେ ପଡିଛି ଲକଡାଉର ପ୍ରଭାବ । ଏହି ଧାରାରେ ଅନ୍ୟତମ କୁଟୀର ଶିଳ୍ପ ଭାବେ ପରିଚିତ ଶାଳପତ୍ର ଶିଳ୍ପ ଉପରେ ମଧ୍ୟ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି ।

ଜିଲ୍ଲାର ଔପଦା ବ୍ଲକ ଗଡ଼ସାହି ଅଞ୍ଚଳରେ ପ୍ରାୟ 500 ଆଦିବାସୀ ପରିବାର ଏବେ ବେରୋଜଗାର ହୋଇ ବସିଛନ୍ତି । କାରଣ ଏମାନଙ୍କ ଜୀବନ ଜୀବିକା ସାଜିଥିବା ଏହି ଶାଳପତ୍ର ତିଆରି ଖଲି ପତ୍ର ବିକ୍ରି ଏବେ ଲକଡାଉନ ପାଇଁ ବନ୍ଦ ପଡିଛି । ତାଲା ବନ୍ଦ ଯୋଗୁଁ ବଜାରରେ ଏବେ ଶାଳପତ୍ରର ଚାହିଦା ବି କମିଛି । ଫଳରେ ସିଲେଇ ହୋଇ ରହିଥିବା ଶାଳପତ୍ର ବିକ୍ରି ହୋଇପାରୁ ନାହିଁ ।

ଗତ ବର୍ଷ ଅକ୍ଟୋବର ମାସଠାରୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ପରେ ଶାଳପତ୍ରର ଚାହିଦା ବଢିଥିଲା । ଫଳରେ ଶାଳପତ୍ର ଶିଲ୍ପକୁ ଜୀବନ ଜୀବିକା କରିଥିବା ଏହି ଆଦିବାସୀ ମାସକୁ 6ରୁ 8 ହଜରା ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଲକଡାଉନ ପ୍ରଭାବରେ ଯେପରି ଏମାନେ ଏବେ ଶ୍ବାସରୁଦ୍ଧ ହୋଇପଡିଛନ୍ତି ।

ଯଦିଓ ଏମାନଙ୍କୁ କିଛି ସରକାରୀ ସହାୟତା ମିଳିଛି, ହେଲେ ସମୁଦ୍ରକୁ ଶଙ୍ଖେ ଭଳି । ସେପଟେ ଜଙ୍ଗଲକୁ ଯିବା ପାଇଁ ଏମାନଙ୍କୁ ବାରଣ ହୋଇଥିବା ବେଳେ ପୋଲିସର ମାଡ ଭୟରେ ଏମାନେ ବଜାରକୁ ମଧ୍ୟ ବାହାରି ପାରୁ ନାହାନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 21, 2020, 6:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.