ETV Bharat / state

ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, 3 ଗିରଫ

author img

By

Published : Oct 20, 2021, 6:23 AM IST

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଛି। ଅଧିକ ପଢନ୍ତୁ...

ବାଲେଶ୍ଵର
ବାଲେଶ୍ଵର

ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରାଯାଇଛି। ସୂଚନା ଅନୁସାରେ, ଜଳେଶ୍ବର ପୋଲିସ ଓ ଅବକାରୀ ବିଭାଗର 35 ଜଣିଆ ସ୍ୱତନ୍ତ୍ର ଟିମ ଝାଡେଶ୍ବରପୁର ଅଞ୍ଚଳର ଡାଇମଣ୍ଡ ହୋଟେଲ ନିକଟରେ ଚଢାଉ କରିଥିଲେ।

ଅଢେଇ କୋଟି ଟଙ୍କାର ବ୍ରାଉନସୁଗର ଜବତ, 3 ଗିରଫ

ତେବେ ଚଢାଉ ସମୟରେ ପ୍ରାୟ 2 କେଜି 720 ଗ୍ରାମ କେଜି ବ୍ରାଉନ ସୁଗାର ଜବତ ସହ ତିନି ଜଣଙ୍କୁ ଗିରଫ କରିଛି ଟିମ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି 72 ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି। ଗିରଫ ମଧ୍ୟରୁ ଦୁଇ ଜଣ ମହିଳା ଓ ଜଣେ ଯୁବକ ଅଛନ୍ତି। ଯୁବକଙ୍କୁ ବାଲେଶ୍ବର ଜିଲ୍ଲା ବାହାଵଳପୁର ଅଞ୍ଚଳର ମୁକ୍ତାର ଅଲ୍ଲୀ ବୋଲି ଜଣା ପଡିଛି।

ଘଟଣାକୁ ନେଇ ପୋଲିସ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀକୁ ସାମ୍ବାଦିକମାନେ ବର୍ଜନ କରିଥିବା ଜଣାପଡିଛି। ଏହାର କାରଣ ହେଉଛି ଗତ କିଛିଦିନ ତଳେ ଏସପି ସୁଧାଂଶୁ ଶେଖର ମିଶ୍ର ଗଣମାଧ୍ୟମକୁ କୌଣସି ସୂଚନା ନଦେବାପାଇଁ ଏକ ନୋଟିସ ଜାରି କରିଥିଲେ। ଯାହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହା ଆଜି ପ୍ରତିଫଳନ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.