ETV Bharat / state

ଟ୍ରକରୁ 15 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

author img

By

Published : Jun 17, 2021, 9:18 PM IST

ବାଲେଶ୍ବରରେ ଜବତ ହେଲା 15ଲକ୍ଷ ଟଙ୍କାର ଗଞ୍ଜେଇ । 2 ଜଣ ଗିରଫ । ଅଧିକ ପଢନ୍ତୁ....

ଟ୍ରକରୁ 15ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ
ଟ୍ରାକରୁ 15ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

ବାଲେଶ୍ବର: ଗଞ୍ଜେଇ ଚୋରା ଚାଲାଣବେଳେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 2 ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଏକ 10ଚକିଆ ଟ୍ରକ ମଧ୍ୟ ଜବତ କରାଯାଇଛି ।

ଟ୍ରକରୁ 15ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

ମିଳିଥିବା ସୂଚନା ଅନୁସାରେ, ସଦର ଓ ଅବକାରୀ ମୋବାଇଲ ୟୁନିଟ ମିଳିତ ଭାବେ ସେରଗଡ଼ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ସନ୍ଦେହ ହେବାରୁ ଏକ ଟ୍ରକକୁ ଅଟକାଇଥିଲେ। ଟ୍ରକଟି ଅନୁଗୁଳରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ପଲିଥିନରେ ଗଞ୍ଜେଇ ପ୍ୟାକ ହୋଇ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଜବତ ଗଞ୍ଜେଇର ପରିମାଣ 2 କ୍ୱିଣ୍ଟାଲ 8 କେଜି ହୋଇଥିବାବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.