ବାଲେଶ୍ବର: ବାଲେଶ୍ଵର ସହରର ମାକଲପୁର ସ୍ଥିତ ଏକ ଆବାସିକ ବିଦ୍ୟାଳୟ ପରିସରରେ ଅତ୍ୟାଧୁନିକ ରୋବୋ ସ୍ମାର୍ଟ ଲ୍ୟାବ ଉଦଘାଟିତ ହୋଇଯାଇଛି । ତେବେ ଛାତ୍ରଛାତ୍ରୀଙ୍କର ପାଠପଢା ପ୍ରତି ଆଗ୍ରହ ବଢାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।
୯ ବର୍ଷ ପୂର୍ବରୁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ୱେବିନାର ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏବେ କୋରୋନା ଯୋଗୁଁ ଭାରତରେ ଏହି ଯୋଜନା ଆରମ୍ଭ ହୋଇ ହୋଇଛି । ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଧୀଶକ୍ତି, ସେମାନଙ୍କର ଇଚ୍ଛାଶକ୍ତି ଏବଂ ସେମାନେ ବାସ୍ତବରେ କେଉଁ ବିଷୟ ପ୍ରତି ଆଗ୍ରହ ଦେଖାଇଛନ୍ତି ତାହା ଜାଣିବା ପାଇଁ ଏହି ରୋବୋ ସ୍ମାର୍ଟ ଲ୍ୟାବର ଆବଶ୍ୟକତା ରହିଛି।
ଏଥିରେ ମୁଖ୍ୟ ଅତିଥି ଭାବେ ପରିଚାଳନା ନିର୍ଦ୍ଦେଶକ ସୃଷ୍ଟିଧର ଆର୍ଯ୍ୟ, ମୁଖ୍ୟବକ୍ତା ଭାବେ ଏଡ଼ିଏମ ନିଲୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ