ETV Bharat / state

8ରେ ବାଲେଶ୍ଵର ବନ୍ଦ ଡାକରା ଦେଲା ପଥ ବିକ୍ରେତା ସଙ୍ଘ ! - baleswar news

ପଥ ବିକ୍ରେତା ସଙ୍ଘ ପକ୍ଷରୁ 8ରେ ବାଲେଶ୍ଵର ବନ୍ଦ ଡାକରା । ସହରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ପଥ ବିକ୍ରେତାଙ୍କୁ ଉଚ୍ଛେଦ କରାଯାଇଛି । ଏହାକୁ ବିରୋଧ କରି ଦିଆଯାଇଛି ବନ୍ଦ ଡାକରା । ଅଧିକ ପଢନ୍ତୁ...

Baleshwar closure call on the 8th by the Road Sellers Association!
ପଥ ବିକ୍ରେତା ସଙ୍ଘ ପକ୍ଷରୁ 8 ତାରିଖ ବାଲେଶ୍ଵର ବନ୍ଦ ଡାକରା !
author img

By

Published : Mar 5, 2021, 4:03 PM IST

ବାଲେଶ୍ବର: ସହରର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ପଥ ବିକ୍ରେତାଙ୍କୁ ଉଚ୍ଛେଦ କରାଯାଇଛି। ଏହାକୁ ନେଇ ପଥ ବିକ୍ରେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏଥିପାଇଁ ପଥ ବିକ୍ରେତା ସଂଘ ପକ୍ଷରୁ ସହୀଦ ପାର୍କ ଠାରେ ପ୍ରତୀକ ଧାରଣା ଦିଆଯିବା ସହ ଆସନ୍ତା 8 ତାରିଖରେ ବାଲେଶ୍ଵର ବନ୍ଦ ଡାକରା ଦିଆଯାଇଛି। ଵଡ଼ ଵଡ଼ ବ୍ୟବସାୟ ପ୍ରତିଷ୍ଠାନ ତାଙ୍କ ନିଜସ୍ବ ପାର୍କିଂ ସ୍ଥାନ ନରଖି ରାସ୍ତା ଅଵରୋଧ କରିଵା, ଠିକାଦାର ଓ ଵାଲେଶ୍ଵର ଜନଗଣଙ୍କ ସ୍ଵାର୍ଥ ଵିରୋଧୀ ଗୋଷ୍ଠୀଙ୍କ ଇଙ୍ଗିତରେ "ପଥ ଵିକ୍ରେତା ଜୀଵିକା ସୁରକ୍ଷା ଓ ପଥ ଵିକ୍ରୟ ଵିନିୟମ ଆଇନ-୨୦୧୪ର ଅଵମାନନା କରି ଯେଉଁଭଳି ଶହଶହ ପଥ ଵିକ୍ରେତାଙ୍କ ଜୀଵିକା ଛଡାଇ ନିଆଯାଇଛି ।

ଏହାରି ବିରୋଧରେ ଧାରଣ ଦିଆଯାଇଥିଲା। ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ୮ମାର୍ଚ୍ଚ ସୋମଵାର ସକାଳରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀଙ୍କ ପକ୍ଷରୁ ଵାଲେଶ୍ଵର ଵନ୍ଦ ପାଳନ କରିବା । ଏହାସହ ଗାନ୍ଧୀ ସ୍ମୃତି ଭଵନ ଠାରୁ ଏକ ଶୋଭାଯାତ୍ରା ଵାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଵାକୁ ସଂଘ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.