ETV Bharat / state

ସଡ଼କ ସୁରକ୍ଷା ମାସ ଆରମ୍ଭ, ବାଲେଶ୍ବରରେ କଡାକଡି ହେବ ନିୟମ

author img

By

Published : Jan 18, 2021, 12:22 PM IST

ସୋମବାରଠୁ ବାଲେଶ୍ବରରେ ସଡକ ସୁରକ୍ଷା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

Road safety week started in Balasore
ବାଲେଶ୍ବରରେ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ, କଡାକଡି ହେବ ନିୟମ

ବାଲେଶ୍ବର: ରାଜ୍ୟରେ ଆଜି(ସୋମବାର)ଠାରୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ । ଏଥିଲାଗି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥ ବାହାରିଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି ରଥକୁ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କାନ୍ଥରେ ବ୍ୟାନର, ରାଲି ଦ୍ବାରା ଲୋକଙ୍କୁ ସଚେତନ କରାଯିବ । ଏହାରି ଭିତରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ରାଫିକ ନିୟମ ମାନିବା ପାଇଁ ପ୍ରତିଶୃତି ଭାବରେ ଏକ ଦସ୍ତଖତ ସଂଗ୍ରହ କରାଯାଇଛି ।

ଏହି କାର୍ଯ୍ୟକ୍ରମ 18 ଜାନୁଆରୀରୁ ଆସନ୍ତା ମାସ ଫେବୃଆରୀ 17 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିବ । ଏହି ରଥ ଜିଲ୍ଲାରେ ବୁଲି ଲୋକମାନଙ୍କୁ ଗାଡ଼ି ଚଲାଉଥିବା ସମୟରେ ସମସ୍ତ ନିୟମ ମାନିବାକୁ ସଚେତନ କରାଯିବାର ଲକ୍ଷ୍ୟ ରଖାଯାଇଛି । ତେବେ ଏହି ଉଦଘାଟନୀ ଉତ୍ସବରେ ଆରଟିଓ ରଶ୍ମିରଞ୍ଜିତ ଦଳବେହେରା, ଏମଭିଆଇ ବିଶ୍ବଜିତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.