ବାଲେଶ୍ବର: ଚଳିତ ବର୍ଷ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବା ବେଳେ ଲୋକ ସଚେତନ ନେଇ ବାଲେଶ୍ବରରେ ବିଭିନ୍ନ ଶୋଭାଯାତ୍ରା ଓ ସଚେତନତା ସଭା କରାଯାଉଛି। ତେବେ ଗୁରୁବାର ବାଲେଶ୍ବର ଗଣମାଧ୍ୟମ ପ୍ରତିନିଧିମାନେ ଏକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରାଇଥିଲେ।
ଏହି ଶୋଭାଯାତ୍ରା ଗୁରୁବାର ଅପରାହ୍ନରୁ ଟ୍ରାଫିକ ଥାନାରୁ ବାହାରି ସହର ପରିକ୍ରମା କରିଥିଲା। ଯେଉଁଥିରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଟ୍ରାଫିକ ଥାନା କର୍ମଚାରୀ ଓ ଏକ ବାଇକ ସୋରୁମ କର୍ମଚାରୀ ସାମିଲ ହୋଇଥିଲେ। ଟ୍ରାଫିକ ଥାନାରେ ଆରଟିଓ ବିକାଶ ଚୌଧୁରୀ, ଟ୍ରାଫିକ ନୋଡାଲ ଅଫିସର ଡିଏସପି ଉମେଶ ପଣ୍ଡା ପତାକା ଦେଖାଇ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଲୋକମାନଙ୍କୁ ଲିପଲେଟ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନ କରାଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ