ETV Bharat / state

ବତିଶମାଣିଆ ଗାଁରେ ସ୍ୱପ୍ନ ପାଲଟିଛି ପକ୍କା ରାସ୍ତା, ଅସନ୍ତୋଷ ଗ୍ରାମବାସୀ - ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପରିଖି ପଞ୍ଚାୟତ ବତିଶମାଣିଆ ଗାଁକୁ ନାହିଁ ପକ୍କା ରାସ୍ତା । ଏନେଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

road problem
road problem
author img

By

Published : Jul 16, 2023, 10:13 AM IST

road problem

ବାଲେଶ୍ବର: ସ୍ବାଧୀନତାର 75 ବର୍ଷ ପରେ ମଧ୍ୟ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପରିଖି ପଞ୍ଚାୟତ ବତିଶମାଣିଆ ଗାଁକୁ ରାସ୍ତା ନାହିଁ । ଯୁଆଡେ ଚାହିଁଲେ ମାଟି କାଦୁଅ ରାସ୍ତା । ଆଉ ସେହି ରାସ୍ତା ଦେଇ ପ୍ରତିଦିନ ଗାଁ ଲୋକ ଯାତାୟତ କରିଥାନ୍ତି । ବର୍ଷା ହେଲେ ରାସ୍ତାରେ ଜମିଯାଏ ପାଣି । ସେହି ପାଣି ଭିତରେ ପଶି ଗାଁ ପିଲାମାନେ ନିତି ପାଠ ପଢିବାକୁ ଯାଉଥିବା ବେଳେ ଜରୁରିକାଳୀନ ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ହେଲେ ପ୍ରଶାସନ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ତତ୍ପରତା ପ୍ରକାଶ କରୁ ନ ଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ସୂଚନା ମୁତାବରକ, ବତିଶମାଣିଆ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ରହିଛି । ରାସ୍ତାର ଅବସ୍ଥା ପାଇଁ ଗ୍ରାମବାସୀ ରାଜନେତା ଓ ପ୍ରଶାସନକୁ ଦୋଷ ଦେବା ସହ ସବୁ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମରେ 200ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଖଣ୍ଡେ ନାହିଁ ବରଂ ସାମାନ୍ୟ ବର୍ଷାରେ ଏହି ରାସ୍ତା କାଦୁଅ ସରସର ହେବା ଯୋଗୁଁ ଯିବା ଆସିବା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଏହି ରାସ୍ତାରେ ଯାତାୟତ କରୁଥିବା ସ୍କୁଲ ଛାତ୍ରଛାତ୍ରୀମାନେ ପଡ଼ିଯାଇ ଆହତ ହୋଇଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଗାଁରେ ପହଞ୍ଚିବା ବହୁତ କଷ୍ଟ ସାଧ୍ୟ । ଯେଉଁଠି ଚାଲିଚାଲି ଯିବା ଆସିବା କରିବା କଷ୍ଟସାଧ୍ୟ ସେଠି ଗାଡି ବା କେମିତି ଯିବା ଆସିବା କରିପାରିବ । ସେଥିପାଇଁ ଗାଁର କାହାରି ଦେହ ଖରାପ ହେଲେ ଖଟିଆ ସାହାଯ୍ୟରେ ସେମାନଙ୍କୁ ମେଡିକାଲ ପଠାଯାଇଥାଏ । ସ୍ଥାୟୀ ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀ ବହୁବାର ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ ରାସ୍ତା ଯେମିତି କି ସେମିତି ପଡ଼ି ରହିଛି । ବାରମ୍ବାର ଗୁହାରି କରି ବିଫଳ ହେବା ପରେ ଶେଷରେ ଗ୍ରାମବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- କାମ ନ ସରୁଣୁ ରାସ୍ତାରୁ ପିଚୁ ଉଠି ଆଁ, ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବି

ଅନ୍ୟପଟେ ଗ୍ରାମର ରାସ୍ତା ଶୋଚନୀୟ ବୋଲି ଖବରପାଇ ଯୁବନେତା ବିକ୍ରମ ପଣ୍ଡା ଉକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଶିଘ୍ର ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ଏହାସହ ଯୁବନେତା ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଟାର୍ଗେଟ କରିବା ସହ ନିର୍ବାଚନ ଜିତିବାର 3 ବର୍ଷ ପରେ ମଧ୍ୟ ଗୋଟେ ଦିନ ଏହି ଗ୍ରାମରେ ତାଙ୍କର ପାଦ ନ ପଡିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏଥିସହ ସାଧାରଣ ଲୋକଙ୍କ ସମସ୍ୟା ବୁଝିବାରେ ବିଧାୟକ ଅସଫଳ ବୋଲି କହିଛନ୍ତି । ତେବେ ଆଗାମୀ 15 ଦିନରେ ଗ୍ରାମବାସୀଙ୍କ ରାସ୍ତା ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତିୱ ଯୁବନେତା ବିକ୍ରମ ପଣ୍ଡା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.