ବାଲେଶ୍ବର:ଯୁବକର ଆତ୍ମହତ୍ୟା ପରେ ଏହାକୁ ହତ୍ୟା ଅଭିଯୋଗ କରି ପରିବାର ଲୋକଙ୍କ ପକ୍ଷରୁ ଦୀର୍ଘ 4 ଘଣ୍ଟା ରାସ୍ତାରୋକ କରାଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗଗନ ଧୂଳି ପଞ୍ଚାୟତ ତେନ୍ତୁଳିଆପଡା ଗ୍ରାମରେ ଭାଗୀରଥି ଦାସ ଶନିବାର ବିଳମ୍ବିତ ରାତିରେ ନିଜ ଶୋଇବା ଘରେ ଥିବା ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ ।
ସୂଚନାଯୋଗ୍ୟ, ଭାଗିରଥିଙ୍କ ଘର ପାଖରେ ଏକ ଗଛ କଟାକୁ ନେଇ ଗ୍ରାମରେ କିଛି ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଭାଗିରଥି ବିଳମ୍ବିତ ରାତିରେ ଘରକୁ ଆସି ଘରେ କବାଟ ଦେଇ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ ।
ପରିବାର ଲୋକ ଭାଗିରଥିଙ୍କୁ ହତ୍ୟା କରାଯାଇଥିବା ନେଇ ଖଇରା ଥାନାରେ ଅଭିଯୋଗ କରାଯାଇଛି । ପରେ ମୃତଦେହକୁ ଟ୍ରଲିରେ ରଖି ସୋର-କୁପାରୀ ରାସ୍ତା ରୋକ କରିଥିଲେ । ଯାତାୟାତ ସମ୍ପୂର୍ଣ୍ଣ ଭାବେ 4 ଘଣ୍ଟା ବନ୍ଦ ରହିଥିବା ବେଳେ ପୋଲିସ ଫୋର୍ସ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ