ETV Bharat / state

ଟ୍ରେନରେ କଟି ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ମୃତ

ବାଲେଶ୍ବର ରେଳଲାଇନ ଅତିକ୍ରମ କରୁଥିବା ବେଳେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ସହରର ନେଲିଆବାଗ ଅଞ୍ଚଳର ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ଗଦାଧର ଦୀକ୍ଷିତ ବୋଲି ଜଣାପଡିଛି।

author img

By

Published : Aug 8, 2019, 4:39 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରେଳ ଷ୍ଟେସନରେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସହରର ନେଲିଆବାଗ ଅଞ୍ଚଳର ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ଗଦାଧର ଦୀକ୍ଷିତ ଆଜି ସକାଳେ ବାଲେଶ୍ବରରୁ ବାସୁଦେବପୁର ଅଭିମୁଖେ ବାହାରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ତେବେ ରେଳଲାଇନ ଅତିକ୍ରମ କରୁଥିବା ବେଳେ ଗଦାଧରଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଫଳରେ ଟ୍ରେନ ଲାଇନ ଉପରେ ହିଁ ଗଦାଧରଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା ।

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ଜିଆରପି ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ରେଳ ଷ୍ଟେସନରେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ସହରର ନେଲିଆବାଗ ଅଞ୍ଚଳର ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ଗଦାଧର ଦୀକ୍ଷିତ ଆଜି ସକାଳେ ବାଲେଶ୍ୱରରୁ ବାସୁଦେବପୁର ଅଭିମୁଖେ ବାହାରିଥିଲେ। ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଗଦାଧରଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଫଳରେ ଟ୍ରେନ ଲାଇନ ଉପରେ ହିଁ ଗଦାଧରଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଘଟଣା ସ୍ଥଳରେ ଜିଆରପି ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.